Connect with us

ଓଡିଶା

ଗୃହ ମନ୍ତ୍ରୀଙ୍କ ଦିଲ୍ଲୀ ମୁଖ୍ୟ ଆବାସିକ କମିଶନର କାର୍ଯ୍ୟାଳୟ ସମୀକ୍ଷା

ସାଙ୍କେତିକ

ଗୃହ ମନ୍ତ୍ରୀଙ୍କ ଦିଲ୍ଲୀ ମୁଖ୍ୟ ଆବାସିକ କମିଶନର କାର୍ଯ୍ୟାଳୟ ସମୀକ୍ଷା
ଭୁବନେଶ୍ୱର, ୨୬ ଅଗଷ୍ଟ – ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ଦିଲ୍ଲୀସ୍ଥିତ ମୁଖ୍ୟ ଆବାସିକ କମିଶନର କାର୍ଯ୍ୟାଳୟର ସମୀକ୍ଷା କରିଛନ୍ତି । ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଅଧୀନରେ ରହିଥିବା ମୁଖ୍ୟ ଆବାସିକ କମିଶନର କାର୍ଯ୍ୟାଳୟର କାର୍ଯ୍ୟାବଳୀକୁ ପ୍ରଶଂସା କରିବା ସହିତ ଏହାକୁ ଆହୁରି ବ୍ୟାପକ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।

“ଫନୀ’ ସମୟରେ ଓଡ଼ିଶା ସରକାର ଓ ଭାରତ ସରକାରଙ୍କ ମଧ୍ୟରେ ସୁସଂପର୍କ ସ୍ଥାପନ କରି ଆଗୁଆ ପଦକ୍ଷେପ ଓ ପରେ ପରେ ଥଇଥାନ ଦିଗରେ ଅହରହ ଯେଉଁ କାର୍ଯ୍ୟ ସଂପାଦନ କରିଥିଲେ ଏବଂ ଓଡ଼ିଶା ଭବନ, ଓଡ଼ିଶା ନିବାସ ଓ ଓଡ଼ିଶା ସଦନର ପରିଚାଳନାଗତ ଦାୟିତ୍ୱ ସହିତ ଭାରତ ସରକାରଙ୍କ ସହ ଉତମ ଯୋଗଦୂତ୍ର ରକ୍ଷା କରି ଓଡ଼ିଶା ସରକାରଙ୍କ ସଂପର୍କକୁ ସୁଦୃଢ଼ କରିଥିବା ପ୍ରୟାସ ସବୁକୁ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ପ୍ରଶଂସା କରିଥିଲେ । ବିଦେଶରେ କାର୍ଯ୍ୟ କରୁଥିବା ଓଡ଼ିଶାର କୁଶଳୀ ଶ୍ରମିକମାନଙ୍କ ସମସ୍ୟାର ସମାଧାନ ବୁଝିବା ସହିତ ସେମାନଙ୍କୁ ସ୍ୱଦେଶକୁ ଫେରାଇ ଆଣିବା ଦିଗରେ ଓ ଏମ୍ସକୁ ଚିକିତ୍ସିତ ନିମନ୍ତେ ସୁଦୂର ଓଡ଼ିଶାରୁ ଯାଉଥିବା ବ୍ୟକ୍ତିବିଶେଷଙ୍କୁ ଯେପରି ସାହାଯ୍ୟ କରାଯାଉଛି ତତ୍ ସହିତ ଟ୍ରେନ୍ ଦୁର୍ଘଟଣାର ଆହାତଙ୍କୁ ଚିକିତ୍ସା ଓ ସହଯୋଗ ଦିଗରେ ଉତମ ସେବା ଯୋଗାଉଥିବା ଯୋଗୁଁ ଆବାସିକ କାର୍ଯ୍ୟାଳୟର କାର୍ଯ୍ୟଗୁଡ଼ିକୁ ମନ୍ତ୍ରୀ ଶ୍ରୀ ମିଶ୍ର ଭୂୟସି ପ୍ରଶଂସା କରିଥିଲେ ।

ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ସହିତ ସମନ୍ୱୟ ରକ୍ଷା କରି ବିଭିନ୍ନ ବିଭାଗ ନିମନ୍ତେ ଭାରତ ସରକାରଙ୍କଠାରୁ ଅନୁଦାନ ପ୍ରାପ୍ତ ହୋଇ ଓଡ଼ିଶାର ବିକାଶ ଦିଗରେ ବିନିଯୋଗ ହେଉଥିବା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ଗସ୍ତର ଯୋଗସୂତ୍ର ରକ୍ଷା କରି ଉଚ୍ଚସ୍ତରୀୟ ବୈଠକ ପରିଚାଳନାର ଭୂମିକାକୁ ପ୍ରଶଂସା କରିବା ସହିତ ଅଧିକ ତତ୍ପରତା ଦିଗରେ ପଦକ୍ଷେପ ନେବାକୁ ପ୍ରବର୍ତାଇଥିଲେ । ମୁଖ୍ୟ ଆବାସିକ କମିଶନର କାର୍ଯ୍ୟକାଳୟର ସମସ୍ତ କାର୍ଯ୍ୟ ସଂପାଦନ ଦିଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ୫ “ଟି ‘ ସୂତ୍ର ଆଧାରରେ କରିବାକୁ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ସମୀକ୍ଷା ବୈଠକରେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜଣାଇଥିଲେ ।

ସମୀକ୍ଷା ବୈଠକରେ ମୁଖ୍ୟ ଆବାସିକ କମିଶନର ତୁହିନ୍ କାନ୍ତ ପାଣ୍ଡେ, ଅତିରିକ୍ତ ଆବାସିକ କମିଶନର ସଞ୍ଜୀବ କୁମାର ମିଶ୍ର ଏବଂ ସଂପୃକ୍ତ ବିଭାଗୀୟ ସମସ୍ତ ଅଧିକାରୀ ଓ କର୍ମଚାରୀଗଣ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା