Connect with us

ଅପରାଧ

ଖୋଲୁଛି ଟିଟୋ ଗୁମର , ବାହାର ରାଜ୍ୟକୁ କରୁଥିଲା ଗୋରୁ ଚାଲାଣ l

ଖୋଲୁଛି ଟିଟୋ ଗୁମର , ବାହାର ରାଜ୍ୟକୁ କରୁଥିଲା ଗୋରୁ ଚାଲାଣ l

ଖୋଲୁଛି ଟିଟୋ ଗୁମର , ବାହାର ରାଜ୍ୟକୁ କରୁଥିଲା ଗୋରୁ ଚାଲାଣ
ଭୁବନେଶ୍ୱର,୨୩ା୮ : କେବଳ ଟେଣ୍ଡର ଫିକ୍ସିଂ, ବଟି ଆଦାୟ ଓ ଅନ୍ୟାନ୍ୟ ଅପରାଧିକ ମାମଲାରେ ଗ୍ୟାଙ୍ଗଷ୍ଟାର ଟିଟୋ ଓରଫ ସୟଦ ଉସମାନ ଅଲ୍ଲି ଜଡିତ ନାହିଁ, ଗୋରୁ ଚାଲାଣ ମାମଲାରେ ମଧ୍ୟ ତା’ର ସମ୍ପୃକ୍ତି ରହିଛି । ଆଜି ଏଭଳି ତଥ୍ୟର ସୂଚନା ଦେଇଛି କ୍ରାଇମବ୍ରାଞ୍ଚ ଟାସ୍କ ଫୋର୍ସ ଟିମ୍ । ବେଆଇନ୍ ଗୋରୁ ଚାଲାଣ କାରବାରରେ ମଧ୍ୟ ଟିଟୋର ହାତ ଥିବା ପ୍ରକାଶ କରିଛି ଏସ୍ଟିଏଫ୍ ।

ଆଜି ଏହି ରାକେଟର ମାଷ୍ଟରମାଇଣ୍ଡ ତଥା ଟିଟୋ ସହଯୋଗୀ ବଟୁ ପାଣିକୁ ଗିରଫ କଲା ପରେ ଏ ସମ୍ବନ୍ଧରେ ତଦନ୍ତଭାର ଦାୟିତ୍ୱରେ ଥିବା ଅଧିକାରୀମାନେ ଜାଣିବାକୁ ପାଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଟିଟୋ ଜରିଆରେ ରାଜ୍ୟ ଓ ରାଜ୍ୟ ବାହାରକୁ ବଟୁ ବେଆଇନ ଗୋରୁ ଚାଲାଣର ନେଟ୍ୱାର୍କ ଚଳାଉଥିଲା । ଏନେଇ ସନ୍ଧାନ ପାଇବା ପରେ ଏସ୍ଟିଏଫ୍ ସ୍ଥାନୀୟ କଳିଙ୍ଗ ବିହାରରେ ଚଢ଼ାଉ କରି ଅଭିଯୁକ୍ତ ବଟୁକୁ ଗିରଫ କରିଛି । ତା’ଠାରୁ ଗୋଟିଏ ବନ୍ଧୁକ ଓ ଟିଟୋ ଚଳାଉଥିବା ଦାମୀ ବାଇକ୍ ସହ ୪ଟି ଗାଡିକୁ ଜବତ କରାଯାଇଛି । ଅପରପକ୍ଷରେ ଟିଟୋ ଲିଙ୍କରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ମହିପାଳର କମ୍ପ୍ୟୁଟର ଦୋକାନୀ ସରୋଜ ପତିଙ୍କୁ ଗତକାଲି ବିଳମ୍ବିତ ରାତିରେ ଏସ୍ଟିଏଫ୍ ଟିମ୍ ଉଠାଇ ନେଇ ପଚରାଉଚରା ଚଳାଇଥିବା ସୂଚନା ମିଳିଛି ।

ଟିଟୋର ଭାଇମାନଙ୍କୁ ଫେରାର କରିବାରେ ସରୋଜ ସହାୟତା କରିଥିବା ଅନୁସନ୍ଧାନରୁ ଜଣାପଡିବା ପରେ ତାଙ୍କୁ ଉଠାଇ ନେଇଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ