Connect with us

ଓଡିଶା

ଦେବୁବୋଷଙ୍କ ପରଲୋକ

ଦେବୁବୋଷଙ୍କ ପରଲୋକ

ଦେବୁବୋଷଙ୍କ ପରଲୋକ
କଟକ,୨୩ା୮ : ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ଅଭିନେତା ଦେବୁ ବୋଷଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ଗତ ୪ମାସ ହେଲା ଅସୁସ୍ଥତା କାରଣରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେବାରୁ ଗତ କିଛିଦିନ ହେଲା ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ପୂର୍ବରୁ ସେ ୨ଥର ହୃଦଘାତର ଶିକାର ହୋଇଥିଲେ ।

ଅଭିନେତା ଦେବୁ ବୋଷ ୧୯୪୨ ମସିହା ଡିସେମ୍ବର ୨ରେ ଜନ୍ମ ଗ୍ରହଣ କରିଥିଲେ । ସେ ଏକାଧାରାରେ ଜଣେ ସରକାରୀ ପଦାଧିକାରୀ ଥିବା ସହ ଚଳଚ୍ଚିତ୍ର ଜଗତରେ ନିଆରା ପରିଚୟ ସୃଷ୍ଟି କରିଥିଲେ । ୧୯୮୦ ଦଶକର ଚଳଚ୍ଚିତ୍ର ‘ତପସ୍ୟା’ରୁ ସେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ରରେ ପ୍ରାୟତଃ ବାପା ଭୂମିକାରେ ଅଭିନୟ କରି ସେ ନିଆରା ପରିଚୟ ସୃଷ୍ଟି କରିପାରିଥିଷଲ ।

ସେ କାବେରୀ, ସୁନା ଚଢ଼େଇ, ସହରୀ ବାଘ, ଗଙ୍ଗଶିଉଳି, ପୁଅ ମୋର କଳା ଠାକୁର ଓ କି ହେବ ଶୁଆ ପୋଷିଲେ ଭଳି ଅନେକ ଚଳଚ୍ଚିତ୍ରରେ ନିଜ ବଳିଷ୍ଠ ଅଭିନୟର ଛାପ ଛାଡି ଯାଇଛନ୍ତି । ତାଙ୍କର ମୃତ୍ୟୁ ଖବର ଓଡ଼ିଆ ସିନେ ଜଗତରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା