Connect with us

ଅପରାଧ

କୋଣାର୍କ କୋର୍ଟରୁ ଅଭିଜିତଙ୍କୁ ମିଳିଲା ଜାମିନ୍

ସାଙ୍କେତିକ ଚିତ୍ର

କୋଣାର୍କ କୋର୍ଟରୁ ଅଭିଜିତଙ୍କୁ ମିଳିଲା ଜାମିନ୍
ଭବିଷ୍ୟତରେ ଆଉ ଅରୁଚିକର ମନ୍ତବ୍ୟ ନଦେବାକୁ ସର୍ତ୍ତ
ପୁରୀ,୬ା୧୨ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଓଡ଼ିଆଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ଜେଲ ଯାଇଥିବା ଅଣ ଓଡ଼ିଆ ସାମ୍ବାଦିକ ଅଭିଜିତ୍ ଆୟାର ମିତ୍ରଙ୍କୁ ଗତକାଲି ହାଇକୋର୍ଟରୁ ଜାମିନ୍ ମିଳିବା ପରେ ଆଜି କୋଣାର୍କ ଜେଏମ୍ଏଫସି କୋର୍ଟ ତାଙ୍କୁ ସର୍ତମୂଳକ ଜାମିନ ଦେଇଛନ୍ତି । ଭବିଷ୍ୟତରେ ଓଡ଼ିଶା ପ୍ରତି ଆଉ ଅରୁଚିକର ମନ୍ତବ୍ୟ ନଦେବା ଓ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଏହି ଜାମିନ ମିଳିଛି ।

ଅଭିଜିତ୍ ଆୟାର ମିତ୍ରଙ୍କ ଓଡ଼ିଶାର ଐତିହ୍ୟ ପ୍ରତି ଅରୁଚିକର ମନ୍ତବ୍ୟକୁ ନେଇ ଭୁବନେଶ୍ୱର ଶହୀଦ ନଗର ଓ କୋଣାର୍କ ଥାନାରେ ମାମଲା ରୁଜୁ ହୋଇଥିଲା । ଅନ୍ୟପକ୍ଷେ ବିଧାୟକଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିବାରୁ ତାଙ୍କୁ ବିଧାନସଭା ଗୃହ କମିଟି ପକ୍ଷରୁ ନୋଟିସ କରାଯାଇଥିଲା । ଏହି ମାମଲାରେ ଅଭିଜିତ୍ ଗୃହ କମିଟି ଆଗରେ ହାଜର ହୋଇ କ୍ଷମା ମାଗିବା ପରେ ଗତ ୧୬ ତାରିଖରେ କମିଟି ତାଙ୍କୁ କ୍ଷମା ଦେଇଥିଲା । ଏହାପରେ ସଙ୍ଗେ ସଙ୍ଗେ ଅନ୍ୟ ଦୁଇଟି ମାମଲାରେ ଶହୀଦ ନଗର ଥାନା ପୋଲିସ ଅଭିଜିତଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଆଧାରରେ ତାଙ୍କୁ ଗିରଫ କରିଥିଲା । ଜାମିନ ନମିଳିବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା ।

ସୂଚନାଥାଉ କି, ଭୁବନେଶ୍ୱର ଏସଡିଜେଏମ ଅଦାଲତରେ ବିଚାରାଧୀନ ମାମଲା ସହିତ କୋଣାର୍କ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ବିଚାରାଧୀନ ମାମଲାରେ ଜାମିନ ଲୋଡି ଅଭିଜିତ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଦୁଇଟି ପୃଥକ ଆବେଦନ ଦାୟର କରିଥିଲେ । ହାଇକୋର୍ଟ ମଧ୍ୟ ତାଙ୍କୁ ଗତକାଲି ଜାମିନ ପ୍ରଦାନ କରିଥିଲେ । ସେହିପରି ଅଭିଜିତ ତାଙ୍କ ଉପରୁ ସମସ୍ତ ଫୌଜଦାରୀ ମାମଲା ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ । ଏହାର ବିଚାର କରି ମଙ୍ଗଳବାର ରାଜ୍ୟ ସରକାର ତାଙ୍କୁ କ୍ଷମା ପ୍ରଦାନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ