Connect with us

ଓଡିଶା

କାଲି ୧୪ଟି ଟେବଲରେ ହେବ ଭୋଟ୍ ଗଣତି

ସାଙ୍କେତିକ

କାଲି ୧୪ଟି ଟେବଲରେ ହେବ ଭୋଟ୍ ଗଣତି
ଭୁବନେଶ୍ୱର,୨୨ ଅକ୍ଟୋବର – ବିଜେପୁର ଉପନିର୍ବାଚନରେ ମୋଟ ୭୯.୧୭ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ପ୍ରକାଶ କରିଛନ୍ତି । କାଲି ୨୪ ତାରିଖରେ ବରଗଡ଼ର ପଦ୍ମପୁରରେ ଭୋଟ୍ ଗଣତି ହେବ । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ଭୋଟ ଗଣନା ପାଇଁ ୧୪ଟି କାଉଂଟିଂ ଟେବୁଲ୍ ରହିବ । ୧୪ଟି ଟେବୁଲରେ ୧୦୩ ଜଣ ଅଧିକାରୀ ବସି ଭୋଟ ଗଣିବେ । ପ୍ରତ୍ୟେକ ଟେବୁଲ୍ ପାଇଁ ଜଣେ ଲେଖାଏ ମାଇକ୍ରୋ ଅବଜରର୍ଭର ରହିବେ । ଏଥର ମତଦାନ ପୂର୍ବ ଥରର ସାଧାରଣ ନିର୍ବାଚନଠାରୁ ବି ଅଧିକ ହୋଇଛି । ୧୪ଟି ଟେବୁଲ୍ ମଧ୍ୟରୁ ଗୋଟିଏ ଟେବୁଲ୍ ଭିଭିପାଟ୍ କାଉଂଟିଂ ପାଇଁ ରହିବ ।
ଉଲ୍ଲେଖଯୋଗ୍ୟ ଚଳିତ ଉପନିର୍ବାଚନରେ ସାଧାରଣ ନିର୍ବାଚନ ଠାରୁ ଅଧିକ ଭୋଟିଂ ହୋଇଛି । ୨୦୧୪ ସାଧାରଣ ନିର୍ବାଚନରେ ବିଜେପୁରରେ ୮୦.୨୯ %, ୨୦୧୮ ଉପନିର୍ବାଚନରେ ୮୨.୩ ପ୍ରତିଶତ ମତଦାନ ହୋଇଥିଲା । ସେହିପରି ୨୦୧୯ ସାଧାରଣ ନିବାଚନରେ ୭୯ ପ୍ରତିଶତ ରେକର୍ଡ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା