Connect with us

ଓଡିଶା

କମିଲା ବସ୍ ଭଡା

ସାଙ୍କେତିକ ଚିତ୍ର

କମିଲା ବସ୍ ଭଡା
ଭୁବନେଶ୍ୱର,୨୮ା୧୧ : ଲଗାତାର ଭାବେ ତୈଳ ଦର ହ୍ରାସ ପାଇବା ପରେ ଶେଷରେ କମିଲା ବସ ଭଡା । ଫଳରେ ପ୍ରତିଦିନ ବସରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ଆଶ୍ୱସ୍ତି ମିଳିଛି । ରାଜ୍ୟ ସରକାର ସାଧାରଣ ବସର କିଲୋମିଟର ପିଛା ୨ ପଇସା ହ୍ରାସ କରିଛନ୍ତି । ସେହିପରି ଏକ୍ସପ୍ରେସର ମଧ୍ୟ ଯାତ୍ରୀ ଭଡା ୨ ପଇସା କମ ହୋଇଛି ।

ଓଡ଼ିଶା ପରିବହନ କମିଶନରଙ୍କ ବିଜ୍ଞପ୍ତି ଅନୁସାରେ ସାଧାରଣ ବସ୍ ଭଡା କିଲୋମିଟର ପିଛା ୨ ପଇସା ହ୍ରାସ ପାଇ ୭୦ ପଇସାରେ ପହଞ୍ଚିଛି । ପୂର୍ବରୁ ଏହା କିମି ପିଛା ୭୨ ପଇସା ଥିଲା । ସେହିଭଳି ଏକ୍ସପ୍ରେସ୍ ବସ ଭଡା କିଲୋମିଟର ପିଛା ୭୫ ପଇସାରୁ ହ୍ରାସ ପାଇ ୭୩ ପଇସାରେ ହୋଇଛି ଏବଂ ଡିଲକ୍ସ ଏବଂ ଏସି ଡିଲକ୍ସ କିଲୋମିଟର ପିଛା ଯଥାକ୍ରମେ ୧୦୫ରୁ ୧୦୧ ପଇସା ଏବଂ ୧୨୭ରୁ ୧୨୩ ପଇସା ହୋଇଛି । ସୂଚନାଥାଉ କି, ସମ୍ପ୍ରତି ରାଜ୍ୟରେ ପ୍ରାୟ ୧୭୦୦୦ ବେସରକାରୀ ବସ୍ ଚଳାଚଳ କରୁଛି ।

ଏଥିରୁ ଅଡିନାରୀ ବସ୍ ୮ ହଜାର ରହିଥିବା ବେଳେ ଏକ୍ସପ୍ରେସ୍ ବସ୍ ସଂଖ୍ୟା ପାଖାପାଖି ୬୦୦୦ ରହିଛି । ସେହିଭଳି ରାଜ୍ୟରେ ୨୦୦୦ ଡିଲକ୍ସ ବସ୍ ଏବଂ ୧୦୦୦ ଏସି ଡିଲକ୍ସ ବସ୍ ଚଳପ୍ରଚଳ କରୁଛି । ପ୍ରତ୍ୟେକ ଦିନ ପ୍ରାୟ ଲକ୍ଷାଧିକ ଯାତ୍ରୀ ବସରେ ଗମନାଗମନ କରୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା