Connect with us

ଓଡିଶା

୫ ଡାକ ଟିକେଟକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ ଚିତ୍ର

୫ ଡାକ ଟିକେଟକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮ା୧୧ : ଓଡ଼ିଶା ପୁରୁଷ ହକି ବିଶ୍ୱକପକୁ ମନେ ରଖିବା ପାଇଁ ବୁଧବାର ଷ୍ଟାମ୍ପ ଉନ୍ମୋଚନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହା ଉନ୍ମୋଚନ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ହକି ବିଶ୍ୱକପର ୧୪ତମ ସଂସ୍କରଣ ପାଇଁ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ଆଜି ମହାକୁମ୍ଭର ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା । ହକି ବିଶ୍ୱକପକୁ ମନେ ରଖିବା ପାଇଁ ପୋଷ୍ଟାଲ ଷ୍ଟାମ୍ପରେ ମାସ୍କଟ ‘ଓଲି’କୁ ସ୍ଥାନ ଦିଆଯାଇଛି ।

ଭିନ୍ନ ଭିନ୍ନ ୫ଟି ସ୍ମାରକୀ ଡାକ ଟିକେଟକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ଡାକ ଟିକେଟ୍ ଗୁଡିକ କଳିଙ୍ଗ ଷ୍ଟାଡିୟମର କିଛି ଚୟନିତ କାଉଣ୍ଟରରେ ବିକ୍ରି ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ ବିଭାଗର ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଉନ୍ନୟନ କମିଶନର ବାଳକ୍ରିଷ୍ଣନ କହିଛନ୍ତି ଯେ, ଭୁବନେଶ୍ୱର ହକି ବିଶ୍ୱକପର ଆୟୋଜନ ଅବଣ୍ଣନୀୟ ଏବଂ ଅଲମ୍ପିକ ଆୟୋଜନ ସହ ତୁଳନୀୟ । କହଁର କହିଛନ୍ତି ଯେ, ୫ଟି ଷ୍ଟାମ୍ପରେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତିକୁ ସ୍ଥାନ ଦିଆଯାଇଛି । ହକି ବିଶ୍ୱକପର ଆୟୋଜନ ଓଡ଼ିଶା ଓ ଦେଶ ପାଇଁ ଗର୍ବର ବିଷୟ ।

ଡାକ ଟିକେଟ ଉନ୍ମୋଚନ ଅବସରରେ କ୍ରୀଡ଼ା ଓ ଯୁବ ସେବା କମିଶନର ବିଶାଲ କୁମାର ଦେବ, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ ଜଳେଶ୍ୱର କହଁର ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା