Connect with us

ଓଡିଶା

ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍‌ ଅଜିତ ସିଂହ ଦାୟିତ୍ବ ଗ୍ରହଣ କଲେ

ସାଙ୍କେତିକ

ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍‌ ଅଜିତ ସିଂହ ଦାୟିତ୍ବ ଗ୍ରହଣ କଲେ
ଭୁବନେଶ୍ବର : ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଭାବେ ବୁଧବାର ଦିନ ଦାୟିତ୍ବ ଗ୍ରହଣ କରିଛନ୍ତି ଜଷ୍ଟିସ୍‌ ଅଜିତ ସିଂହ । ଏହାପରେ ଜଷ୍ଟିସ୍‌ ସିଂହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଆଜି ରାଜଭବନରେ ଭେଟିଛନ୍ତି । ଓଡ଼ିଶା ଲୋକାୟୁକ୍ତ ଆଇନ କାର୍ଯ୍ୟକ୍ଷମ ହେବା ପରେ ଲୋକାୟୁକ୍ତ ଚୟନ କମିଟିର ସୁପାରିସକୁ ଗ୍ରହଣ କରି ଜଷ୍ଟିସ୍‌ ସିଂହଙ୍କୁ ମାର୍ଚ୍ଚ ୨ ତାରିଖରେ ନିଯୁକ୍ତି ଦେଇଥିଲେ ରାଜ୍ୟପାଳ ।

ଅବସର ପ୍ରାପ୍ତ ଜଷ୍ଟିସ୍‌ ଅଜିତ ସିଂହ ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ସେ ମାର୍ଚ ୨୦୧୬ରେ ମୁଖ୍ୟ ବିଚାରପତି ଦାୟିତ୍ବ ଗ୍ରହଣ କରିଥିଲେ ଏବଂ ସେପଟେମ୍ବର ୨୦୧୮‌ରେ ଅବସର ଗ୍ରହଣ କରିଥିଲେ । ୧୯୫୬ରେ ଜଷ୍ଟିସ୍‌ ସିଂହ ମଧ୍ୟପ୍ରଦେଶର ଜବଲ୍‌ପୁରରେ ଜନ୍ମଗ୍ରହଣ କରିଥିଲେ । ସେଠାରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୦୨ରେ ମଧ୍ୟ ପ୍ରଦେଶ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ପରେ ସେ ରାଜସ୍ଥାନ, ଆସାମ, ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡ ପ୍ରଭୃତି ରାଜ୍ୟଗୁଡ଼ିକର ହାଇକୋର୍ଟରେ ମଧ୍ୟ କାର୍ଯ୍ୟ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା