Connect with us

ଅପରାଧ

ପୁଣି ରାସ୍ତା କଡ଼ରେ ଥୁଆ ହୋଇଥିବା ବସ୍‌ ଜଳିଗଲା

ସାଙ୍କେତିକ

ପୁଣି ରାସ୍ତା କଡ଼ରେ ଥୁଆ ହୋଇଥିବା ବସ୍‌ ଜଳିଗଲା
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ଅଦ୍ଭୁତ ଘଟଣା । ଖଣ୍ଡଗିରି ଥାନା ଆଞ୍ଚଳ ଅନ୍ତର୍ଗତ ଆଇଗିଣିଆ ଛକରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଯାତ୍ରୀବାହୀ ବସରେ ନିଆଁ ଲାଗି ଜଳିଯାଇଛି । ‘ଫାଲଗୁନି’ ନାମକ ବସ୍‌ଟିରେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନାହିଁ । ବସ୍‌ରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବାରୁ ବସଟି ହୁତ ହୁତ ହୋଇ ଜାଳି ଯାଇଥିଲା । ଅନ୍ୟପକ୍ଷରେ ପୁଲିସ ପକ୍ଷରୁ ଘଟଣାର ଅନୁସନ୍ଧାନ କରାଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟଯେ କିଛିମାସ ତଳେ ଖଣ୍ଡଗିରି ଥାନା ନିକଟରେ ଏକ ବସ ଅନୁରୂପ ଭାବେ ଜଳିଯାଇଥିଲା । ତେବେ ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ