Connect with us

ଓଡିଶା

ଋଣ ଛାଡ଼ କରି ରାଜ୍ୟକୁୂ ଦେବାଳିଆ କରିବା ସପକ୍ଷରେ ମୁଁ ନାହିଁ – ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ଋଣ ଛାଡ଼ କରି ରାଜ୍ୟକୁୂ ଦେବାଳିଆ କରିବା ସପକ୍ଷରେ ମୁଁ ନାହିଁ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୧ା୧୨ : ଚାଷୀ ମାନଙ୍କ ଉପରୁ ଋଣ ଛାଡ଼ କରିବା ସମ୍ଭବ ନୁହେଁ । କଂଗ୍ରେସ ଶାସନ କାଳରେ ୧୯୯୫ରେ କରାଯାଇଥିବା ଋଣ ପାଇଁ ରାଜ୍ୟର ଆର୍ଥିକ ପରିସ୍ଥିତି ଦେବାଳିଆ ହୋଇପଡ଼ିଥିଲା । ସେହି ଅବସ୍ଥା ପୁନର୍ବାର ସୃଷ୍ଟି କରିବାକୁ ସରକାର ଚାହେଁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋକଠୋକ୍ ଭାବେ କହିଛନ୍ତି । ସାମ୍ବାଦିକମାନଙ୍କ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ, ଚାଷୀ ମାନଙ୍କୁ ଅଧିକା ସୁବିଧା ଦିଆଯାଇପାରେ, ସୁଯୋଗ ସୃଷ୍ଟି କରାଯାଇପାରେ । ଓଡ଼ିଶାରେ ଋଣ ଛାଡ଼ କରିଲେ ୮ ଲକ୍ଷ ଚାଷୀ ଉପକୃତ ହୋଇଥାନ୍ତେ, କେହି ଭାଗ ଚାଷୀ କିମ୍ବା ଭୂମିହୀନ କୃଷକମାନେ ଉପକୃତ ହୋଇପାରିନଥାନ୍ତେ ।

କଂଗ୍ରେସ ଓ ବିଜେପି ଓଡ଼ିଶାର ଚାଷୀ ମାନଙ୍କ ଉପରୁ ଋଣ ଛାଡ଼ିବା ନେଇ ପ୍ରଶ୍ନର ଉତରରେ ସେ କହିଥିଲେ ଯେ, କଂଗ୍ରେସ କ୍ଷମତାକୁ ଆସିଲେ ୫ ଘଂଟା ଭିତରେ ଋଣ ଛାଡ଼ିବେ ବୋଲି ଯାହା କହୁଛନ୍ତି ତାହା ହାସ୍ୟାସ୍ପଦ । ୨୦୧୪ରେ ବିଜେପି ନିର୍ବାଚନ ପ୍ରଚାର ସମୟରେ ବହୁ ପ୍ରତିଶ୍ରୁତି ଦେଇଥିଲେ । ସେ ସବୁ କଥା କହିପାରନ୍ତି । କିନ୍ତୁ କାମ କରନ୍ତି ନାହିଁ । ଭାଷଣ, ପ୍ରଚାର ଜୋର, କାମ ଶୂନ । ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ସପକ୍ଷରେ ଭୋଟକୁ ହାତେଇବା ପାଇଁ ଭୋଟରଙ୍କୁ ଭାଷଣ ମାଧ୍ୟମରେ ପ୍ରଲୋଭିତ କରୁଛନ୍ତି । ସ୍ୱାମୀନାଥନ କମିଶନ ରିପୋର୍ଟ ସୁପାରିଶକୁ କାର୍ଯ୍ୟକାରୀ କରିବା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହା କେନ୍ଦ୍ର ସରକାରଙ୍କର ଦାୟିତ୍ୱ ।

ଏମଏସପି ସମ୍ପର୍କରେ କହିଲେ ଯେ, ଆମେ, ମୁଁ, ମୋ ସରକାର କ୍ରମାଗତ ଭାବେ ଏମଏସପି ବୃଦ୍ଧି କରିବା ନେଇ ସମ୍ପୃକ୍ତ ମନ୍ତ୍ରଣାଳୟର ମନ୍ତ୍ରୀ, କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ମାଧ୍ୟମରେ ଦାବି କରାଯାଇଛି । ସେହି ଦାବିରେ ଆମେ ଅଟଳ ରହିଛୁ ବୋଲି ସେ କହିଥିଲେ । ଏକ ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ, ୨୦୧୪ରେ ଅତିରିକ୍ତ ୧୦ ଲକ୍ଷ ହେକ୍ଟର ଜମିକୁ ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲୁ । ସରକାର ବର୍ତମାନ ଏହି ଲକ୍ଷ୍ୟର ନିକଟତର ହୋଇପାରିଛି ।

ମାର୍ଚ୍ଚ ୨୦୧୯ ସୁଦ୍ଧା ଜଳସେଚନ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରାଯିବ । ଆମେ ଯାହା ପ୍ରତିଶ୍ରୁତି ଦେଇଛୁ ତାହା ପାଳନ କରୁଛୁ ଏବଂ କରିବୁ ମଧ୍ୟ । ସେଥିପାଇଁ ଜନସାଧାରଣ ଏହି ଦଳ ବା ସରକାର ପ୍ରତି ଆସ୍ଥା ଓ ବିଶ୍ୱାସ ରହିଛି । ଓଡ଼ିଶାରେ ଚାଷୀ ମାନଙ୍କ ପାଇଁ ଆମ ସରକାର ପକ୍ଷରୁ ଯେଉଁସବୁ ପପକ୍ଷେପ ନିଆଯାଇଛି ତାହା ଅନ୍ୟାନ୍ୟ ରାଜ୍ୟ ଅପେକ୍ଷା ଯଥେଷ୍ଟ ଅଧିକ ବୋଲି ସେ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା