Connect with us

ଓଡିଶା

ଆଜି ହକି ବିଶ୍ୱକପ୍ ଉଦ୍ଘାଟନୀ

image

ଆଜି ହକି ବିଶ୍ୱକପ୍ ଉଦ୍ଘାଟନୀ
ଦର୍ଶକଙ୍କ ମନୋରଞ୍ଜନ କରିବେ ବଲିଉଡ୍ ସୁପରଷ୍ଟାର ଶାହରୁଖ୍
ଭୁବନେଶ୍ୱରରେ ପହଁଚିଲେ ମାଧୁରୀ, ରେହମାନ
ଭୁବନେଶ୍ୱର,୨୬ା୧୧ : ଆସନ୍ତା ୨୮ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ହକି ମହାସମର । ଏହାପୂର୍ବରୁ ମଙ୍ଗଳବାର ଅନୁଷ୍ଠିତ ହେବ ଉଦଘାଟନୀ ଉତ୍ସବ । ଏହି ଉତ୍ସବରେ ନଜର ଆସିବେ ବଲିଉଡ୍ ର କିଙ୍ଗଖାନ୍ ଶାହରୁଖ, ମାଧୁରୀ ଦିକ୍ଷିତ ଓ ଏ.ଅ।ର ରେହମାନ । ଏମାନଙ୍କ ସହ ଓଲିଉଡର ସୁପରହିଟ୍ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ମଧ୍ୟ ଦର୍ଶକଙ୍କ ମନୋରଂଜନ କରିବେ । ଏଥିସହ ୮ଶହରୁ ଅଧିକ କଳାକାର ନିଜ ନିଜ ରାଜ୍ୟର ସଂସ୍କୃତିକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରିବେ । ଏହା ପୂର୍ବରୁ ସୋମବାର ଦିନ କଳାକାର ମାନେ ଷ୍ଟାଡିୟମ୍ ରେ ପହଂଚି ଅଭ୍ୟାସ କରିଛନ୍ତି ।

ସୋମବାର ଦିନ ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ଯୋଗ ଦେବା ଲାଗି ଧକ୍ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ୍ ଓ ଓସ୍କାର ବିଜେତା ସଙ୍ଗୀତକାର ଏ ଅର ରେହମାନ ଭୁବନେଶ୍ୱରରେ ପହଂଚି ସାରିଛନ୍ତି । ଉଦଘାଟନୀ ଉତ୍ସବରେ ଦି ଅ।ର୍ଥ ସଙ୍ଗରେ ନୃତ୍ୟ ପରିବେଷଣ କରିବେ ମାଧୁରୀ । ମାଧୁରୀଙ୍କ ସହ ପ୍ରାୟ ୧୧୦୦ କଳାକାର ନୃତ୍ୟ ପ୍ରଦର୍ଶନ କରିବେ । ସାମକ ଡାଭରଙ୍କ କୋରିଅଗ୍ରାଫି ଏବଂ ରଣଜିତ ବାରୋଟଙ୍କ ସଙ୍ଗୀତରେ ନାଚିବେ ମାଧୁରୀ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ନୁପୂର ମହାଜନ । ସେହିପରି ପୂର୍ବରୁ ପଶ୍ଚିମ ଯାଏଁ ସଭିଙ୍କୁ ଏକତାରେ ଯୋଡିବ ଇଷ୍ଟ ଟୁ ୱେଷ୍ଟ । ଭୂଦେବୀ ନୃତ୍ୟରେ ସମସ୍ତଙ୍କ ମନ ମୋହିବେ ସାମକ-ଅରୁଣା ମହାନ୍ତି ଯୋଡି । ନିଜ ନିଜ ଅଂଚଳର ସଂସ୍କୃତିକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରିବେ ୮ ଶହ କଳାକାର । ଜାଜ୍ ଭଳି ପାଶ୍ଚାତ୍ୟ ଶୈଳୀର ଡାନ୍ସ ବି ଦେଖିବେ ଦର୍ଶକ । ଏଥିସହ ଅଫ୍ରିକାନ୍ କଲଚରାଲ ଡାନ୍ସ, ରାଜସ୍ଥାନ ଭବାଇ ଡାନ୍ସ ଦର୍ଶକଙ୍କ ମନ ମୋହିବ ।

ଉଲ୍ଲେଖଯୋଗ୍ୟ ଯେ ହକି ଉଦଘାଟନୀ ଉତ୍ସବ ପାଇଁ ମଙ୍ଗଳବାର ଭୁବନେଶ୍ୱରର ସମସ୍ତ ସରକାରୀ, ବେସରକାରୀ ବିଦ୍ୟାଳୟକୁ ରାଜ୍ୟ ସରକାର ଛୁଟିି ଘୋଷଣା କରିଛନ୍ତି । ସରକାରୀ କାର୍ଯ୍ୟାଳୟ ଦିନ ସାଢେ୧ଟା ଠାରୁ ବନ୍ଦ ରହିବ । ସେହିପରି ୨୮ ତାରିଖ ଦିନ ଅପରାହ୍ଣ ୧.୩୦ଟା ପରଠାରୁ କଟକର ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା