Connect with us

ଓଡିଶା

ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କୁ ଦାବି କଲା ବିଜେପି

ସାଙ୍କେତିକ

ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କୁ ଦାବି କଲା ବିଜେପି
ଭୁବନେଶ୍ୱର,୧୮ ଅପ୍ରେଲ – ରାଜ୍ୟରେ ଆତଙ୍କରାଜ ଚଳାଇ ଶାସକ ବିଜେଡି ଦଳର ନେତା ଓ ଗୁଣ୍ଡାମାନେ ବିଜେପିର ପ୍ରାର୍ଥୀ ଏବଂ କର୍ମୀମାନଙ୍କୁ ଆକ୍ରମଣ କରୁଛନ୍ତି । ରାଜନୈତିକ ହତ୍ୟା ମଧ୍ୟ ରାଜ୍ୟରେ ହୋଇସାରିଲାଣି । ବିଜେପିର ପାର୍ଥୀମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ମଧ୍ୟ ହୋଇସାରିଲାଣି । କିନ୍ତୁ ମୁଖ୍ୟ ନିର୍ବାଚନ ଅଧିକାର ଏଥିରେ ନିରବଦ୍ରଷ୍ଟା ସାଜି ଶାସକ ଦଳର ଗୁଣ୍ଡାମାନଙ୍କୁ ପ୍ରଶ୍ରୟ ଦେଇ କୌଣସି କାର୍ଯ୍ୟାନୁଷ୍ଠାନ ନନେଉଥିବାରୁ ଏଭଳି ଆତଙ୍କରାଜ ଦିନକୁ ଦିନ ବଢିଚାଲୁଛି । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଘଟଣା । ଯାହା ଫଳରେ ସାଧାରଣ ଭୋଟର, ବିଜେପିର କର୍ମୀ ଏବଂ ସମର୍ଥକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ରାଜ୍ୟରେ ରାଜନୈତିକ ହିଂସା ଦମନ ସହ ହିଂସାକାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବ କରି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛି ।

ଗତକାଲି ରାତିରେ ସୋରଡାରେ ବିଜେପିର କାର୍ଯ୍ୟକର୍ତା ଶ୍ରୀ ସନ୍ତୋଷ ପତିଙ୍କୁ ନିର୍ବାଚନି ପୋଷ୍ଟର ମରାକୁ ନେଇ ଏକ ଛୋଟିଆ କଥାରେ ବିଜୁ ଜନତା ଦଳର ଗୁଣ୍ଡାମାନେ ହତ୍ୟା କରିଛନ୍ତି । ବିଜୁ ଯୁବ ବାହିନୀର କିଛି ଗୁଣ୍ଡା ମାନେ ପୂର୍ବରୁ ଯୋଜନା କରି ଶ୍ରୀ ପତିଙ୍କୁ ମରଣାତ୍ମକ ଆକ୍ରମଣ କରିଥିବାରୁ କାଲି ହସ୍ପିଟାଲରେ ସେ ମୃତ୍ୟୁ ବରଣ କରିଛନ୍ତି । ଗତକାଲି ରାତିରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ବିିଧାୟକ ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନଙ୍କୁ ୪୮ ନମ୍ବର ୱାର୍ଡରେ ଥିବା ନିର୍ବାଚନ କାର୍ଯ୍ୟାଳୟ ଉପରକୁ ୩ଟି ବୋମା ମାଡ କରାଯାଇଥିଲା ।

ସେହିପରି ଆଜି ବ୍ରଜରାଜ ନଗର ବିଧାନସଭା ମଣ୍ଡଳୀର ବିଜେପି ବିଧାୟିକା ପ୍ରାର୍ଥୀନୀ ଶ୍ରୀମତି ରାଧାରାଣୀ ପଣ୍ଡାଙ୍କୁ ଭୋଟ କେନ୍ଦ୍ର ଭିତରକୁ ଯିବା ସମୟରେ ତାଙ୍କ ଉପରକୁ ଆକ୍ରମଣ ହୋଇଛି । ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ଉପରକୁ ବିଜେଡିର ଗୁଣ୍ଡା ମାନେ ଠେଙ୍ଗା ମାଡ କରିଥିବାରୁ ତାଙ୍କ ମୁଣ୍ଡ ଫାଟିବା କାରଣରୁ ସେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଏହି ଘଟଣା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏଥିରେ ସଂପୃକ୍ତ ଥିବା ଅପରାଧି ମାନଙ୍କୁ ଗିରଫ କରିବା କଥା । ହେଲେ ଜିଲ୍ଲାର ଏସିପି ଏବଂ ଜିଲ୍ଲାପାଳ ଏହି ଘଟଣାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ବିଜୁ ଯୁବ ବାହିନି ବା ଗୁଣ୍ଡା ବାହିନୀ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପ୍ରକ୍ରିୟା ଚାଲିଥିବା ବେଳେ ଆଜି ସୋରଡା, ଭଞ୍ଜନଗର, ବିଜେପୁର, ବ୍ରଜରାଜନଗର, ଭଟଲି ନିର୍ବାଚନୀ ମଣ୍ଡଳୀର ଅନେକ ବୁଥ୍ ଗୁଡିକରେ ଏଭଳି ଆତଙ୍କରାଜ କରିଛନ୍ତି । ଜିଲ୍ଲା ଏସିପି, ଜିଲ୍ଲାପାଳ ଏବଂ ସାଧାରଣ ପର୍ଯ୍ୟବେକ୍ଷକ ମାନେ ଶାସକ ବିଜୁ ଜନତା ଦଳର ଏହି ଗୁଣ୍ଡାରାଜ ଘଟଣାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଏହି ପ୍ରତିନିଧି ଦଳ ଦାବି କରିଛି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ଶ୍ରୀ ରମାରଂଜନ ବଳିଆରସିଂ ଏବଂ ବିଜେପି କୃଷକ କୋର୍ଚ୍ଚାର ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ , ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଶ୍ରୀ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା