Connect with us

ଦେଶ

ଆଜି ଦୀପାବଳୀ

ସାଙ୍କେତିକ

ଆଜି ଦୀପାବଳୀ
ଭୁବନେଶ୍ୱର,୨୬ ଅକ୍ଟୋବର- ଆଜି ପବିତ୍ର ଦିପାବଳୀ ପର୍ବ ଏବଂ କାଳୀ ପୂଜା । ରାଜ୍ୟ ଏବଂ ରାଜ୍ୟ ବାହାରେ ଦୀପାବଳି ପାଳିବା ପାଇଁ ସମସ୍ତେ ତତ୍ପର । ଏହି ଆଲୋକର ପର୍ବ ଦିପାବଳୀ ପର୍ବରେ ଯେପରି ଶାନ୍ତି ଶୃଙ୍ଖଳା ବଜାୟ ରହିବ ସେଥିନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏପରିକି ପୂଜା ମଣ୍ଡପ ଏବଂ ଟ୍ରାଫିକ ସ୍ଥାନରେ ଅଧିକ ପୋଲିସ ମୂତୟନ କରାଯାଇଛି ।

ପେଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଲାଇସେନ୍ସ ପ୍ରାପ୍ତ ବାଣ ଦୋକାନ ମାନଙ୍କରେ ଅନୁରୂପ ଭାବେ ପ୍ରତକାର ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜଧାନୀ ଭୁବନଶ୍ୱରେ ୧୨ ଟି ପଡ଼ିଆରେ ୩୦୦ ଦୋକାନୀକୁ ଲାଇସେନ୍ସ ମିଳିଛି । ସେହିପରି କଟକରେ ମଧ୍ୟ ପୂଜା ମଣ୍ଡପ ଏବଂ କାଳୀ ମନ୍ଦିର ସଂଖ୍ୟାଧିକ ଥିବାରୁ ସେଠାରେ ୩୧ ପ୍ଲାଟୁନ ପୋଲିସ ଓ ୨୦୦ ଶହ ଅଫିସରଙ୍କୁ ମୂତୟନ କରାଯାଇଛି । ଭଦ୍ରକାଳୀଙ୍କର ସପ୍ତ ମାତୃକା ପୂଜା ମଧ୍ୟରାତ୍ରରେ ଅନୁଷ୍ଠିତ ହେଉଥିବାରୁ ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବାଣ ବିକ୍ରି ସ୍ଥାନରେ ଅଗ୍ନିଶମ ଗାଡ଼ି ରଖାଯାଇଛି ।

ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବାଣ ଓ ମହମବତୀର ଦାମ୍ ଅଧିକ ରହିଛି । ଦୋକାନୀ ଲାଇସେନ୍ସ ପାଇଥିଲେ ମଧ୍ୟ ବର୍ଷା ପାଇଁ ଦୋକାନ ଖୋଲିପାରିନଥିଲେ । ଯେହେତୁ କମ୍ ସମୟ ଥିବାରୁ ଏହାର ସୁଯୋଗ ନେଇ ସେମାନେ ଆର୍ଥିକ ଫାଇଦା ଉଠାଉଛନ୍ତି । ତେଲ, ଦୀପ, ମହମବତୀ ଏବଂ ବାଣର ଦାମ୍ ଅଧିକ ରହିଛି । ମା କାଳୀଙ୍କ ପୂଜା ଥିବାରୁ ଫଳର ଦାମ୍ ମଧ୍ୟ ବୃଦ୍ଧି ପାଇଛି । ପିତୃ ପୁରୁଷଙ୍କ ପାଇଁ ପୟା ଶ୍ରାଦ୍ଧ ଦିଆଯାଇଥାଏ । ପୟାଶ୍ରାଦ୍ଧର ସାମଗ୍ରୀ ମଧ୍ୟ ବୃଦ୍ଧି ଘଟିଛି । ବିଭିନ୍ନ ପୁରାତନ ମନ୍ଦିର ନିକଟରେ ଥିବା ପୁଷ୍କରିଣୀରେ ଶ୍ରାଦ୍ଧ ଦେବାପାଇଁ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏହି ପର୍ବରେ କାଉଁରିଆ କାଠି ଧରି ବଡ଼ ବଡ଼ିଆ ଡାକନ୍ତି । ଏହି ଅବସରରେ ମିଠା ଦୋକାନୀମାନେ ବିଭିନ୍ନ ପ୍ରକାର ମିଠା ପ୍ରସ୍ତୁତ କରିଥିଲେ । ଓଡ଼ିଶାର ଭଦ୍ରକରେ କାଳୀପୂଜା ଖୁବ୍ ଧୁମ୍ ଧାମରେ ପାଳିତ ହୋଇଥାଏ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ