Connect with us

ଦେଶ

ଆଜିଠାରୁ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡିକର ୪୮ ଘଂଟିଆ ଧର୍ମଘଟ

ସାଙ୍କେତିକ

ଆଜିଠାରୁ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡିକର ୪୮ ଘଂଟିଆ ଧର୍ମଘଟ
ସମର୍ଥନ କରିବେ ବିଜେଡି , କଂଗ୍ରେସ
ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ
ଭୁବନେଶ୍ୱର,୭ା୧ : ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ଆର୍ଥିକ ନୀତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ମଙ୍ଗଳବାର ଓ ବୁଧବାର ଦୁଇ ଦିନିଆ ଧର୍ମଘଟ ପାଳନ କରିବେ । ଦେଶର ବାମପନ୍ଥୀ ଚାଷୀ ସଂଗଠନଗୁଡ଼ିକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ମଙ୍ଗଳବାର ସକାଳ ୬ଟାରୁ ଗୁରୁବାର ସକାଳ ୬ଟା ଯାଏଁ ୪୮ ଘଂଟା ପାଇଁ ଏହି ଧର୍ମଘଟ ହେବ । ଏଥିରେ ଆଇଏନଟିୟୁସି, ଏଅ।ଇଟିୟୁସି, ଏଚଏମଏସ, ସିଟୁ, ଏଆଇୟୁଟିୟୁସି ଭଳି ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ, କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ କର୍ମଚାରୀ ସଂଘ, ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ସଂଘ ସମେତ ଜାତୀୟସ୍ତରର ବିଭିନ୍ନ ସ୍ୱାଧୀନ ଶ୍ରମିକ ଓ କର୍ମଚାରୀ ସଂଗଠନ ଏଥିରେ ସାମିଲ୍ ଅଛନ୍ତି । ଏପରିକି କିଛି ରାଜନୈତିକ ଦଳ ମଧ୍ୟ ଏହି ଧର୍ମଘଟକୁ ସମର୍ଥନ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଓଡିଶାରେ ବିଜେଡି ମଧ୍ୟ ଦେଶବ୍ୟାପି ଧର୍ମଘଟ ଡାକରାକୁ ସମର୍ଥନ ଜଣାଇଛି । କଂଗ୍ରେସ ମଧ୍ୟ ସମର୍ଥନ କରିବ । ଏଥିସହ କାଲିଠୁ ହେବାକୁ ଥିବା ଧର୍ମଘଟରେ ୨ଟି ବ୍ୟାଙ୍କ ୟୁନିୟନର ମଧ୍ୟ ସମର୍ଥନ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ