Connect with us

ଦେଶ

ଆଇଟି ଆକ୍ଟ ୬୬ (କ)କୁ ନେଇ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ସାଙ୍କେତିକ

ଆଇଟି ଆକ୍ଟ ୬୬ (କ)କୁ ନେଇ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୭ା୧ : ଆଇଟି ଅଧିନିୟମ ଧାରା ୬୬(କ)ରେ ହେଉଥିବା ଗିରଫଦାରୀକୁ ରୋକିବା ପାଇଁ ଉଚିତ୍ ପଦକ୍ଷେପ ନେଇନଥିବାରୁ ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ଜଷ୍ଟିସ୍ ଆରଏଫ୍ ନରିମନଙ୍କ ପୀଠ ଗିରଫଦାରୀ ଦାବି କରୁଥିବା ଜନସ୍ୱାଥଁ ମାମଲା ଉପରେ ଜବାବ ରଖିବାକୁ କେନ୍ଦ୍ର ସରକାରଙ୍କୁ ୪ ସପ୍ତାହର ସମୟ ଦେଇଛନ୍ତି । ଶୁଣାଣି ବେଳେ ଜଷ୍ଟିସ୍ ନରିମନ୍ କହିଥିଲେ ଯେ, ଯଦି ୬୬ (କ) ଧାରାରେ ଗିରଫଦାରୀ ହେଉଥିବା ପ୍ରମାଣ ମିଳେ ତେବେ ଗିରଫଦାରୀ ଆଦେଶ ଦେଇଥିବା ସମସ୍ତ ଅଧିକାରୀଙ୍କୁ ଜେଲ ପଠାଇ ଦିଆଯିବ । ସୂଚନାଥାଉ କି, ୨୦୧୫ରେ ସୁପ୍ରିମକୋର୍ଟ ଆଇଟି ଧାରା ୬୬(କ)ର ଉଚ୍ଛେଦ କରିଥିଲେ । ଏହାପରେ ବି ଏହି ଧାରାରେ ଗିରଫଦାରୀ ହେଉଥିବା ଅଭିଯୋଗ ହେଉଛି । ଉଚ୍ଛେଦ ଧାରାରେ ୱେବ୍ସାସାଇଟରେ ଅପମାନଜନକ ତଥ୍ୟ କିମ୍ବା ସେହିଭଳି କିଛି ପୋଷ୍ଟ ସେୟାର କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବାର ପ୍ରାବଧାନ ରହିଥିଲା । ଏହି ଗିରଫଦାରୀ ନେଇ ମାନବାଧିକାର ସଂଗଠନ ପିପୁଲ୍ସ ୟୁନିଅନ ଅଫ୍ ସିଭିଲ୍ ଲିବର୍ଟିଜ୍ (ପିୟୁସିଏଲ୍) ପକ୍ଷରୁ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି । ପିୟୁସିଏଲ୍ ନିଜ ଆବେଦନରେ ଦାବି କରିଛି ଯେ, ଧାରା ୬୬ (କ) ଉଚ୍ଛେଦ ହେବା ପରେ ବି ଏଭଳି ମାମଲାରେ ୨୨ରୁ ଊଦ୍ଧ୍ୱର୍ ଲୋକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ