Connect with us

ଆଞ୍ଚଳିକ

ଆଖଣ୍ଡଳମଣି ଭଙ୍ଗା ରତ୍ନପଲଙ୍କରେ ଶୋଇବା ଘଟଣା : ମରାମତି ପାଇଁ ପ୍ରଶାସନ ପକ୍ଷରୁ ତତ୍ପର

ସାଙ୍କେତିକ

ଆଖଣ୍ଡଳମଣି ଭଙ୍ଗା ରତ୍ନପଲଙ୍କରେ ଶୋଇବା ଘଟଣା : ମରାମତି ପାଇଁ ପ୍ରଶାସନ ପକ୍ଷରୁ ତତ୍ପର
ଭଦ୍ରକ, ୧୨ ସେପ୍ଟେମ୍ବର – ରାଜ୍ୟ ପ୍ରତ୍ନତ୍ତତ୍ୱ ବିଭାଗର ଅଣଦେଖା ଯୋଗୁ କୋଟିକୋଟି ଟଙ୍କାର ମାଲିକ ବାବା ଆଖଣ୍ଡଳମଣି ଦୀର୍ଘବର୍ଷ ହେବ ଭଙ୍ଗା ରତ୍ନପଲଙ୍କରେ ଶୋଇବା ଘଟଣା ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇବା ପରେ ଏବେ ମଣିବାବାଙ୍କ ରତ୍ନପଲଙ୍କର ମରାମତି ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ଏପରିକି ମଙ୍ଗଳବାର ଭୋର ମନ୍ଦିର ପହଡ ଫିଟା ହେବା ପରେ ମଣିବାବାଙ୍କ ଆସ୍ଥାନ ନିକଟରେ ଏକ ଅସ୍ଥାୟୀ ପଲଙ୍କ ରଖାଯିବା ପରେ ଗଜଦନ୍ତ ଓ ବିଭିନ୍ନ ଧାତୁରେ ନିର୍ମିତ ରତ୍ନପଲଙ୍କକୁ ସେବାକାରୀମାନେ ମନ୍ଦିରର ନାଟମଣ୍ଡପକୁ ଆଣିଥିଲେ । ସେଠାରେ ମହାରଣା ସେବାକାରୀଙ୍କ ପକ୍ଷରୁ ଯାଞ୍ଚ କରାଯାଇ ଭଗ୍ନାଂଶ ଗୁଡିକୁ ମରାମତି ନିମନ୍ତେ ବ୍ଲୁପ୍ରଣ୍ଟି ପ୍ରସ୍ତୁତ ହୋଇଥିଲା । ତାହାସହ ମଙ୍ଗଳବାର ଶୁନିଁଆ ନୀତି ଥିବାରୁ ରତ୍ନପଲଙ୍କର ମରାମତି କାର୍ଯ୍ୟ କରାନଯାଇ କେବଳ ଯାଞ୍ଚ କରାଯାଇଥିବା ମନ୍ଦିର ପକ୍ଷରୁ ପ୍ରକାଶ ପାଇଛି । ଅନ୍ୟପଟେ ରତ୍ନପଲଙ୍କର ମରାମତି ପାଇଁ ଜିଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲେ ମଧ୍ୟ ମନ୍ଦିର ରକ୍ଷଣାବେକ୍ଷଣା ଓ ଐତହ୍ୟ ଜିନିଷର ସୁରକ୍ଷିତ ନିମନ୍ତେ ରାକ୍ୟ ପ୍ରତ୍ନତ୍ତତ୍ୱ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ବାର୍ଷିକ ବ୍ୟୟ ବରାଦ କରା୍ାଉଥିଲେ ମଧ୍ୟ ଏପ୍ରଯ୍ୟନ୍ତ ମଣିବାବଙ୍କ ରତ୍ନପଲଙ୍କ ମରମତି ପାଇଁ କୈାଣସି ପଦକ୍ଷପ ନିଆନଯିବା ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଦୃଢ ନିନ୍ଦା କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ