Connect with us

ଅପରାଧ

ଆଇନଜୀବୀଙ୍କ ଆନ୍ଦୋଳନ ଜାରି :-ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା

ସାଙ୍କେତିକ ଚିତ୍ର

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା
ଆଇନଜୀବୀଙ୍କ ଆନ୍ଦୋଳନ ଜାରି
କଟକ,୨୮ା୯ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ହାଇକୋର୍ଟର ଆଇନଜୀବୀ ଆନ୍ଦୋଳନ ଆହୁରି ତେଜିବାରେ ଲାଗିଛି । ଆଇନଜୀବୀମାନେ ହାଇକୋର୍ଟ ମୁଖ୍ୟ ଫାଟକରେ ତାଲା ପକାଇ ଦେବା ସହ କୋର୍ଟ ପରିସର ମଧ୍ୟକୁ ବିଚାରପତିଙ୍କୁ ଛାଡୁନାହାନ୍ତି । ଫଳରେ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଅଭିଯୁକ୍ତ ପୋଲିସର ଗିରଫ ଦାବିରେ ଓକିଲ ସଂଘ ଜିଦରେ ଅଟଳ ରହିଛି । ହାଇକୋର୍ଟର ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୋଲିସ ଅମାନୁଷିକ ଭାବେ ମାଡ ମାରି ଆହତ କରିବା ପ୍ରସଙ୍ଗରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍ ଝାଭେରୀ ଓ ଜଷ୍ଟିସ କେ ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିବା ବେଳେ କ୍ରାଇମ୍ବ୍ରାଞ୍ଚ ଡିଆଇଜି ହିଂମାଶୁ ଲାଲଙ୍କ ସମେତ ଦୁଇଜଣ ଅଧିକାରୀ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ଏହି ମାମଲାରେ ହାଇକୋର୍ଟ ଶୁଣାଣି କରି ଗତ ୪ ତାରିଖରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଡିସିପି ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିସାରିଛନ୍ତି । ସେହିପରି ଆବେଦନକାରୀ ନ୍ୟାସନାଲିଷ୍ଟ ଲୟର୍ସ ଫୋରମ ଓ କଟକ ବାର ଆସୋସିଏସନ ପକ୍ଷରୁ ପ୍ରତି ଜବାବ ଦାଖଲ କରାଯାଇଛି ।

ମାମଲାର ବିବରଣୀରୁ ପ୍ରକାଶ ଯେ, ନ୍ୟାସନାଲିଷ୍ଟ ଲୟର୍ସ ଫୋରମର ସବ୍ୟସାଚୀ ମହାପାତ୍ରଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ, ଏହି ଘଟଣାରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତ ପାଇଁ ପ୍ରାର୍ଥନା କରାଯିବା ସହ ମାଡ ମାରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଦି ପାଇଁ ଆବେଦନପତ୍ରରେ ଦର୍ଶାଯାଇଛି ।

ସେହିପରି କଟକ ବାର ଆସୋସିଏସନ ସଭାପତି ଉମାକାନ୍ତ ନନ୍ଦ ଓ ସମ୍ପାଦକ ନରେଶ ଚନ୍ଦ୍ର ଜେନାଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ହାଇକୋର୍ଟ ବାର ଆସୋସିଏସନ ଓ କଟକ ବାର ଆସୋସିଏସନ ସକ୍ରିୟ ସଦସ୍ୟ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଚାଉଳିଆଗଞ୍ଜ ପୋଲିସ ଅତ୍ୟନ୍ତ ଅମାନୁଷିକ ଭାବେ ଆକ୍ରମଣ କରି ଆହତ କରିଛି । ତେବେ ଏହି ଘଟଣାରେ ତଦନ୍ତ ପାଇଁ ସିବିଆଇ କିମ୍ବା ବିଚାର ବିଭାଗୀୟ ତଦନ୍ତ ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରାଯିବା ପାଇଁ ଅନୁମତି ଦିଆଯାଉ ବୋଲି ପ୍ରାର୍ଥନା କରାଯାଇ ଦୋଷୀ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦର୍ଶାଯାଇଛି । ଏଥିସହ ଆହତ ହୋଇଥିବା ତଥା ନିଜସ୍ୱ ଖ୍ୟାତି ହରାଇଥିବା ଆଇନଜୀବୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନପତ୍ରରେ ପ୍ରାର୍ଥନା କରାଯାଇଛି ।

ଏହି ମାମଲାରେ ଗୃହ ବିଭାଗ ସଚିବ, ଡିଜିପି, ସିବିଆଇ, କମିଶନର ଅଫ୍ ପୋଲିସ, ଚାଉଳିଆଗଞ୍ଜ ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି । ଅନ୍ୟପକ୍ଷରେ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁଙ୍କ ପକ୍ଷରୁ ଆଉ ଏକ ମାମଲା ଦାୟର ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ