Connect with us

ଓଡିଶା

ପୌର ନିର୍ବାଚନରେ ସଂରକ୍ଷଣ ମାମଲା :-ରାଜ୍ୟ ସରକାରଙ୍କୁ ଝଟକା

ସାଙ୍କେତିକ ଚିତ୍ର

ପୌର ନିର୍ବାଚନରେ ସଂରକ୍ଷଣ ମାମଲା
ରାଜ୍ୟ ସରକାରଙ୍କୁ ଝଟକା
ଭୁବନେଶ୍ୱର,୨୮ା୯ : ପୌର ନିର୍ବାଚନରେ ଆସନ ସଂରକ୍ଷଣ ମାମଲାରେ ରାଜ୍ୟ ସରକାରଙ୍କୁ ଆଜି ଜୋରଦାର ଝଟକା ଲାଗିଛି । ସର୍ବୋଚ୍ଚ ଅଦାଲତ ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ କାୟମ ରଖିଥିବା ବେଳେ ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି । ପୌର ନିର୍ବାଚନରେ ଆସନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ବିଚାରପତି ୟୁ ୟୁ ଲଳିତ ଓ ବିଚାରପତି ଅଶୋକ ଭୂଷଣଙ୍କ ଖଣ୍ଡପୀଠ କହିଛନ୍ତି । ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ପୌର ନିର୍ବାଚନରେ ୫୦%ରୁ ଅଧିକ ହେବନାହିଁ ବୋଲି ହାଇକୋର୍ଟ କହିଥିଲେ । ରାଜ୍ୟ ସରକାର ଏହି ମାମଲା୍କୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ରାଜ୍ୟ ସରକାରଙ୍କୁ ନିରାଶ ହେବାକୁ ପଡିଛି । ଦୁଇଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ହାଇକୋର୍ଟ ଦେଇଥିବା ରାୟକୁ କାୟମ ରଖିଛନ୍ତି । ଚଳିତବର୍ଷ ସେପ୍ଟେମ୍ବର ୩୦ରୁ ୨୦୧୯ ଫେବୃଆରୀ ୧୩ ତାରିଖ ମଧ୍ୟରେ ରାଜ୍ୟରେ ୯୩ଟି ପୌରାଞ୍ଚଳର ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ପୌର ନିର୍ବାଚନରେ ଥିବା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ସରକାରଙ୍କ ପକ୍ଷରୁ ପିଟିସନରେ ଦର୍ଶାଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହି ରାୟ ପରେ ଏବେ ରାଜ୍ୟରେ ପୌର ନିର୍ବାଚନ ପାଇଁ ଥିବା ପ୍ରତିବନ୍ଧକ ହଟିଛି । ସୂଚନାଥାଉ କି, ପୂର୍ବରୁ ୨୦୧୨ ପଞ୍ଚାୟତ ନିର୍ବାଚନ, ୨୦୧୩ ପୌର ନିର୍ବାଚନ ଓ ୨୦୧୭ ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ଥିଲା । ରାଜ୍ୟରେ ପୌର ଓ ପଞ୍ଚାୟତ ନିର୍ବାଚନରେ ସମୂଦାୟ ସଂରକ୍ଷଣ ୬୬% ରହିଛି । ଏହା ୨୦୧୦ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଉଲ୍ଲଘଂନ କରୁଥିବା ନେଇ ହାଇକୋର୍ଟରେ ୧୦୦ଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ସଂରକ୍ଷଣ ୫୦%ରୁ ଅଧିକ ହେବନାହିଁ ବୋଲି କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା