Connect with us

ଦେଶ

ଅନୁପ୍ରବେଶ ଅପେକ୍ଷାରେ ୩୦୦ ଆତଙ୍କବାଦୀ !

ସାଙ୍କେତିକ

ଅନୁପ୍ରବେଶ ଅପେକ୍ଷାରେ ୩୦୦ ଆତଙ୍କବାଦୀ !
ନୂଆଦିଲ୍ଲୀ,୧୦ା୧ : ପାକିସ୍ତାନର ପାଖାପାଖି ୩୦୦ ଆତଙ୍କବାଦୀ ଭାରତୀୟ ସୀମାକୁ ଅନୁପ୍ରବେଶ ଅପେକ୍ଷାରେ ଅଛନ୍ତି । ସୁଯୋଗ ମିଳିବା ମାତ୍ରେ ସେମାନେ ଭାରତୀୟ ସୀମାରେ ପଶି ବଡଧରଣର ଅଘଟଣ ଘଟାଇବେ । ସୀମାରେ ଭାରତୀୟ ସେନା ଯବାନ ସଜାଗ ଅଛନ୍ତି ଓ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାକୁ ସୁଯୋଗ ଦେବେ ନାହିଁ ବୋଲି ଗୁରୁବାର ନୂଆଦିଲ୍ଲୀଠାରେ ଆୟୋଜିତ ସେନାର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ କହିଛନ୍ତି ।

ଏହାସହ ରାୱତ କହିଛନ୍ତି ଯେ, ଭାରତୀୟ ସେନା ଏବଂ ପାକିସ୍ତାନ ସୀମାରେ ପରିସ୍ଥିତିକୁ ସଠିକ୍ ଭାବେ ସମ୍ଭାଳିଛି । ଜାମ୍ମୁ-କାଶ୍ମୀର ପରିସ୍ଥିତି ସୁଧୁରିବା ଆବଶ୍ୟକ । ହେଲେ ଆତଙ୍କବାଦ ଏବଂ ଆଲୋଚନା ଏକା ସାଙ୍ଗରେ ଚାଲିପାରିବ ନାହିଁ । ଭାରତୀୟ ସେନା ଏକ ପେଶାଦାର ସେନା ଓ ଉଦ୍ଦେଶ୍ୟମୂଳକ ଭାବେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରେନାହିଁ । ପାକିସ୍ତାନ ଭୂମିରେ ଆତଙ୍କବାଦୀମାନେ ପରିଚାଳିତ ହେଉଥିବା ସମସ୍ତେ ଜାଣିଛନ୍ତି । ଏହି ଆତଙ୍କବାଦୀମାନେ ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି । ସୀମାରେ କିଏ ଆତଙ୍କବାଦୀ ଓ କିଏ ସାଧାରଣ ଲୋକ ଜାଣିବା ଭାରି କଷ୍ଟକର ହୋଇପଡୁଛି । ସାଧାରଣ ଲୋକ ଓ ଆତଙ୍କବାଦୀଙ୍କୁ ଚିହ୍ନଟ କରିବା ପାଇଁ କ୍ୱାଡକପ୍ଟରର ବ୍ୟବହାର କରୁଛି । ସେହି ଅନୁସାରେ ଆତଙ୍କବାଦୀଙ୍କୁ ନିପାତ କରାଯାଉଛି ।

ତେବେ ଜାନୁଆରୀ ୨୦ ସୁଦ୍ଧା ଭାରତୀୟ ପ୍ରତିରକ୍ଷା ବାହିନୀର ଉତ୍ତର କମାଣ୍ଡ ସ୍ନାଇଫର ରାଇଫଲ ବନ୍ଧୁକ ପାଇବ ବୋଲି ଆଶା କରାଯାଉଛି । ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ (ଡିଆରଡିଓ) ପକ୍ଷରୁ ଫେବୃଆରୀ କିମ୍ବା ମାର୍ଚ୍ଚ ମାସ ସୁଦ୍ଧା କ୍ଷେପଣାସ୍ତ୍ର ଏବଂ ରକେଟ୍ ମିଳିବ ବୋଲି ଆଶା କରାଯାଉଛି । ଏଥିପାଇଁ ୨୦୧୯ ମାର୍ଚ୍ଚ ମାସକୁ ଶେଷ ଅବଧି ବୋଲି ଧାର୍ଯ୍ୟ କରାଯାଇଛି । ଡିଆରଡିଓ ଧାର୍ଯ୍ୟ ତାରିଖ ମଧ୍ୟରେ କ୍ଷେପଣାସ୍ତ୍ର ଓ ରକେଟ ଦେଇ ନପାରିଲେ ବାହାରୁ ଆମଦାନୀ କରିବା ପାଇଁ ନିଷ୍ପତ୍ତି ନିଆଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ