Connect with us

ଅପରାଧ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କରିଦେଲେ ଫୁ ….ଫୁ , ସନ୍ଧ୍ୟା ନହେଉଣୁ ଭୁବନେଶ୍ୱରରେ ଫୁଟିଲା ବାଣ

ସାଙ୍କେତିକ ଚିତ୍ର

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କରିଦେଲେ ଫୁ ….ଫୁ , ସନ୍ଧ୍ୟା ନହେଉଣୁ ଭୁବନେଶ୍ୱରରେ ଫୁଟିଲା ବାଣ

ଭୁବନେଶ୍ୱର:- ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଲୋକେ କରିଦେଲେ ଫୁ … । ରାଜଧାନୀ ଭୁବନେଶ୍ୱରରେ ଲୋକେ ସନ୍ଧ୍ୟା ନଇଁବା ପୂର୍ବରୁ ଯୁବପୀଢ଼ି ବାଣ ଫୁଟାଇବା ଆରମ୍ଭ କରି ଦେଇଛନ୍ତି । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ଦିନ ତଳେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ଦୀପାବଳି ଦିନ ଲୋକେ କେବଳ ରାତି ଆଠଟା ରୁ ଦଶଟା ପର୍ଯ୍ୟନ୍ତ ୨ ଘଣ୍ଟା ବାଣ ଫୁଟାଇ ପାରିବେ ତାହାବି କେବଳ ସବୁଜ ବାଣ ଫୁଟାଇବାକୁ ନିର୍ଦ୍ଦେର୍ଶ ଦେଇଥିଲେ । ରାଜଧାନୀରେ ପୂର୍ବ ବର୍ଷ ଭଳି ଏଥର ବି ବାଣ ଫୁଟୁଛି ।

ସୁପ୍ରିମକୋର୍ଟ ନିର୍ଦ୍ଦେଶନାମାରେ କହିଥିଲେ ଯେ, ଦୀପାବଳିରେ ପ୍ରଦୂଷଣକାରୀ ଓ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ବିକ୍ରି କିମ୍ବା ଫୁଟାଇ ପାରିବ ନାହିଁ । କିନ୍ତୁ ରାଜଧାନୀର ଲୋକେ ଢ଼ୋ ଢା ଆରମ୍ଭ କରିସାରିଲେଣି ଓ ପ୍ରଶାସନ ଆଖି ବୁଜିଦେଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ