Connect with us

ଓଡିଶା

ସିଂହଦ୍ୱାରରେ ପିତୃପୁରୁଷଙ୍କୁ ପିଣ୍ଡଦାନ

ସାଙ୍କେତିକ ଚିତ୍ର

ସିଂହଦ୍ୱାରରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଲା

ପୁରୀ:- ଦୀପାବଳି ଓ ଅମାବାସ୍ୟା ପାଇଁ ବଡ଼ଦାଣ୍ଡରେ ସକାଳୁ ସକାଳୁ ପ୍ରବଳ ଜନ ସମାଗମ ହୋଇଛି । ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳି, ଦୀପ ଓ ପିଣ୍ଡ ଦାନ କରି ବଡ଼ବଡ଼ୁଆଙ୍କୁ ଏହି ଦିନରେ ସ୍ମରଣ କରିବା ଆମ ହିନ୍ଦୁ ଧର୍ମରେ ଏକ ପରମ୍ପରା । ଏହି ପରମ୍ପରାକୁ ପାଳନ କରିବା ପାଇଁ ଆଜି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ବଡ଼ଦାଣ୍ଡରେ ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟଯେ , ମହୋଦଧୀରେ ସ୍ନାନ କରି ମହାପ୍ରଭୁଙ୍କୁ ଦର୍ଶନ କରି ବାଇଶିପାହାଚରେ ପୟାଶ୍ରାଦ୍ଧ କରିବା ପରେ ସିଂହଦ୍ୱାରରେ କାଉଁରିଆ କାଠି ଜାଳି ବଡବଡୁଆଙ୍କୁ ଡକାଯାଏ । ଏହି ଅବସରରେ ଅନେକେ ବାଣ ଫୁଟାଇ ଦୀପାବଳି ମନାନ୍ତି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଆଖିଆଗରେ ରଖି ସହରରେ ବ୍ୟାପକ ପୁଲିସ ମୂତୟନ କରାଯାଇ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା