Connect with us

ଦେଶ

‘ସିଙ୍ଗନେଚର ପୋଲ’ ଉଦଘାଟିତ:- ବିନା ନିମନ୍ତ୍ରଣରେ ବିଜେପିର ରାଜନୈତିକ ଛୁଙ୍କ

ସାଙ୍କେତିକ ଚିତ୍ର

ନୂଆଦିଲ୍ଲୀ :- ବହୁ ପ୍ରତିକ୍ଷିତ ‘ସିଙ୍ଗନେଚର ପୋଲ’ ଉଦଘାଟିତ ହୋଇଯାଇଛି । ଏହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉଦ୍ଘାଟନ କରିଛନ୍ତି । ଏଥିରେବି ବିଜେପି ନିଜଆଡୁ ରାଜନୈତିକ ଛୁଙ୍କ ଦେବାକୁ ଉଦ୍ୟମ କରିଛି । ଏହାଦ୍ୱାରା ସଭାସ୍ଥଳରେ ଧସ୍ତାଧସ୍ତୀ ଓ ମାରପିଟ ହୋଇ ଉଭୟ ପକ୍ଷର କିଛି କର୍ମୀ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ବିଜେପିର ଦିଲ୍ଲୀ ସଭାପତି ମନୋଜ ତିୱାରୀ ନିଜର କିଛି ସମର୍ଥକଙ୍କୁ ନେଇ ବିନା ନିମନ୍ତ୍ରଣରେ ସଭାସ୍ଥଳରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଯେଉଁଥିରେ ଆପ କର୍ମୀ ବାଧକ ସାଜିଥିଲେ ଏହାଦ୍ୱାରା ସଭା ସ୍ଥଳରେ କିଛି ସମୟପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ତୁରନ୍ତ ହସ୍ତକ୍ଷେପ କରି ଅବସ୍ଥାକୁ ନିୟନ୍ତ୍ରଣକୁ ଆଣିଥିଲା । ବିନା ନିମନ୍ତ୍ରଣରେ ମନୋଜ ତିୱାରୀ ଉକ୍ତ ସଭାସ୍ଥଳକୁ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା ଓ ଏହାକୁ ଉପସ୍ଥିତ ଜନସାଧାରଣ ନାପସନ୍ଦ ମଧ୍ୟ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟଯେ ଆପ ଦଳ ଓ ବିଜେପି ମଧ୍ୟରେ ଅହି-ନକୁଳ ସମ୍ପର୍କ ରହି ଆସିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ