Connect with us

ଅପରାଧ

ଶେଷରେ ଚେତା ହରାଇଲା ‘ସୁନ୍ଦରୀ’, ନନ୍ଦନକାନନ ଆସୁଛି

ସାଙ୍କେତିକ ଚିତ୍ର

ଶେଷରେ ଚେତା ହରାଇଲା ‘ସୁନ୍ଦରୀ’, ନନ୍ଦନକାନନ ଆସୁଛି
ଅନୁଗୁଳ: ଦୀର୍ଘ ୧୫ ଦିନ ଧରି ବନବିଭାଗ ଓ ସୁନ୍ଦରୀ ମଧ୍ୟରେ ଚାଲିଥିବା ଛକା ପଂଜାର ଅନ୍ତ ଘଟିଛି ଓ ଜଙ୍ଗଲ ରାଣୀ ‘ସୁନ୍ଦରୀ’ ଶେଷରେ ଧରାପଡ଼ିଛି । ବନବିଭାଗର ବିଶେଷଜ୍ଞଙ୍କ ନିଶ୍ଚେତକ ଗୁଳି(ଡାର୍ଟ)ରେ ଅଚେତ ହୋଇପଡ଼ିଛି ବାଘୁଣୀ ‘ସୁନ୍ଦରୀ’ । ‘ସୁନ୍ଦରୀ’ ଓ ହାତୀ ‘ଯଶୋଦା’ ୪ ଥର ମୁହାମୁହିଁ ହୋଇଥିଲେ ମଧ୍ୟ ତାକୁ ଟ୍ରାଙ୍କୁଲାଇଜ୍ କରିବାରେ ବିଶେଷଜ୍ଞମାନେ ସଫଳ ହୋଇ ପାରି ନ ଥିଲେ ।

ଶେଷରେ କୁମ୍କୀ ହାତୀ ଯଶୋଦାକୁ ନେଇ ବାଘୁଣୀକୁ ସାମ୍ନା କରିବାକୁ ବାହାରିଥିଲେ ବିଶେଷଜ୍ଞମାନେ । ସାତକୋଶିଆର ମଝିପଡ଼ା ଜଙ୍ଗଲରେ ଆଜି ହାତୀ ପିଠିରୁ ବନବିଭାଗର ନିଶ୍ଚେତକମାନେ ବାଘୁଣୀକୁ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛନ୍ତି । ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ ତାକୁ ଯନ୍ତାରେ ପୁରାଇବା ପାଇଁ ଉଦ୍ୟମ ଚାଲିଛି । ତେବେ ଧରାପଡ଼ିଥିବା ଏହି ବାଘୁଣୀକୁ ନନ୍ଦନକାନନକୁ ଅଣାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ