Connect with us

ଅପରାଧ

ରାଜେଶର ମୃତ୍ୟୁ ସନ୍ଦେହ ଜନକ :ପୋଲିସ ଟେର ପାଉନି ବିକ୍ରମର

ସାଙ୍କେତିକ ଚିତ୍ର

ରାଜେଶର ମୃତ୍ୟୁ ସନ୍ଦେହ ଜନକ :ପୋଲିସ ଟେର ପାଉନି ବିକ୍ରମର

ଭୁବନେଶ୍ବର : ରାଜେଶ ଭଦ୍ରାର ମୃତଦେହ ମଞ୍ଚେଶ୍ବର ଥାନା ଅଧୀନ ଗଙ୍ଗୁଆ ନାଳରୁ ପୁଲିସ ଜବତକଲା ପରେ ରାଜେଶଙ୍କ ଏଭଳି ମୃତ୍ୟୁକୁ ସହଜରରେ ଗ୍ରହଣ କରି ପାରି ନାହାନ୍ତି ତାଙ୍କ ପରିବାର ଲୋକେ । ସେମାନଙ୍କର ସନ୍ଦେହ ଅନୁସାରେ ରାଜେଶ ଭଦ୍ରାକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । କିନ୍ତୁ ମଞ୍ଚେଶ୍ବର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୁଲିସ ଅପେକ୍ଷା କରିଛି । ପୋଲିସ ମଧ୍ୟ ହତ୍ୟାର ଦିଗକୁନେଇ ଅନୁସନ୍ଧାନ କରୁଛି ।
ରାଜେଶ ଭଦ୍ରା ନିଖୋଜ ହେବ ପୂର୍ବରୁ ବିକ୍ରମ ମଲ୍ଲିକ ଓରଫ ରାଜୁ ନାମକ ଜଣେ ଯୁବକ ସାଙ୍ଗରେ ଏକ ବାଇକରେ ଭୋଜି ଖାଇବାକୁ ଯାଇଥିଲେ ଓ ତାପରେ ଆଉ ଫେରିନଥିଲେ । ପରିବାର ଲୋକ ବିକ୍ରମ ମଲ୍ଲିକ ଓରଫ ରାଜୁଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ସ୍ଥାନୀୟ ଲୋକଙ୍କ ଅନୁସାରେ ବିକ୍ରମ ଓ ରାଜେଶ ଡ୍ରଗସ କାରବାର ସହିତ ଜଡିତ ଥିଲେ ଓ ପୋଲିସ ସବୁଜାଣି ମଧ୍ୟ ଅଜଣା ଭଳି ଅଭିନୟ କରୁଛି ।
ଏ କଥା ମଧ୍ୟ ପୋଲିସ ଜାଣିଛିଯେ କିଛିଦିନ ତଳେ ବିକ୍ରମ ସହିତ ରାଜେଶର ଝଗଡ଼ା ହୋଇଥିଲା । ପୁରୁଣା ଭୁବନେଶ୍ବର ଅଞ୍ଚଳର କିଛି ଯୁବକ ରାଜେଶଙ୍କୁ ଆକ୍ରମଣ କରିଥିଲେ । ଖାସ ଏହି କାରଣଯୋଗୁଁ, ପରିବାର ଲୋକ ସନ୍ଦେହ କରୁଛନ୍ତିଯେ ବିକ୍ରମ ଓ ତାର ସହଯୋଗୀମାନେ ମିଳିମିଶି ରାଜେଶଙ୍କୁ ହତ୍ୟା କରି ଥାଇ ପାରନ୍ତି । ତାର ମୋବାଇଲ୍ ଫୋନ ମଧ୍ୟ ବନ୍ଦ ରହିଛି । ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିଲେ ମଧ୍ୟ ବିକ୍ରମର ଟେର ପାଉନାହାନ୍ତି ।
ଏଠାରେ ଉଲ୍ଳେଖଯୋଗ୍ୟଯେ,ରାଜେଶର ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଧୀନ ପହଣାରେ । ଏଠାରେ ସେ ସତ୍ୟବିହାର ଅଂଚଳରେ ଭଡ଼ାରେ ରହୁଥିଲେ । ପଳାସୁଣୀ ନିକଟରେ ଥିବା ତାଙ୍କ ବାପାଙ୍କ ପରିବା ଦୋକାନରେ ସେ ତାଙ୍କ ବାପାଙ୍କୁ ସହଯୋଗ କରୁଥିଲେ । ସ୍ଥାନୀୟ ଲୋକଙ୍କ ଅନୁସାରେ ମୃତକ ପରିବା ଦୋକାନ ସହିତ ଡ୍ରଗସ କାରବାରରେ ସଂଶ୍ଲିଷ୍ଟ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ