Connect with us

ଓଡିଶା

ମାଟ୍ରିକ୍ ଫର୍ମପୂରଣର ସମୟ ସୀମା ବଢ଼ିଲା

ସାଙ୍କେତିକ ଚିତ୍ର

ମାଟ୍ରିକ୍ ଫର୍ମପୂରଣର ସମୟ ସୀମା ବଢ଼ିଲା , ଫେବୃଆରୀ ୨୨ରୁ ମାଟ୍ରିକ ପରୀକ୍ଷା

କଟକ : ମାଧ୍ୟ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ୨୦୧୯ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଫର୍ମପୂରଣ ସମୟସୀମାକୁ ବୃଦ୍ଧି କରାଯାଇଛି। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାର୍ଥୀମାନେ ଡିସେମ୍ବର ୧୫ ତାରିଖ ରାତି ୧୧ଟା ୪୫ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷା ଫି ଦାଖଲ ଓ ଡିସେମ୍ବର ୧୬ତାରିଖର ମଧ୍ୟ ରାତ୍ର ପର୍ଯ୍ୟନ୍ତ ଅନଲାଇନରେ ଫର୍ମ ଦାଖଲ କରିପାରିବେ । ଏହା ପରେ ଫି ଦାଖଲ କରିବା ସମୟ ସୀମାର ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ପରୀକ୍ଷାର୍ଥୀଙ୍କ ଫର୍ମପୂରଣ ଫି ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସହାୟତାରେ ଦାଖଲ କରିପାରିବେ କିମ୍ବା କ୍ୟାସ୍ ଟ୍ରାନ୍ସଫର କରିପାରିବେ । ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ , ବ୍ୟାଙ୍କରେ ଫି ଦାଖଲ କରିବାରେ କିଛିଟା ସମସ୍ୟା ଦେଖାଯିବାରୁ ବୋର୍ଡ ପକ୍ଷରୁ ବିନା ଜରିମାନାରେ ଫର୍ମପୂରଣ ଅବଧିକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଫର୍ମପୂରଣ ସମୟସୀମା ବିନା ଜରିମାନାରେ ନଭେମ୍ବର ୨୬ତାରିଖରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ରହିଥିବା ବେଳେ ଜରିମାନା ସହ ଡିସେମ୍ବର ୧୪ରୁ ୧୮ତାରିଖ ପର୍ଯ୍ୟନ୍ତ ରହିଥିଲା ।

ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃଆରୀ ମାସ ୨୨ ତାରିଖଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀମାନେ ଏକାସଙ୍ଗେ ପରୀକ୍ଷା ଦେବେ । ଚଳିତ ବର୍ଷ ୬ଲକ୍ଷରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷାର ପ୍ରଥମ ଦିନ ୨୨ ତାରିଖରେ ମାତୃଭାଷା, ୨୫ ତାରିଖରେ ଇଂରାଜୀ, ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଅଲଗା ଅଲଗା ଦିନରେ ହେବ । ୨୭ ତାରିଖରେ ହିନ୍ଦୀ ଓ ଅନ୍ୟାନ୍ୟ ଭାଷା ଏବଂ ୨୮ ତାରିଖରେ ସଂସ୍କୃତ, ମାର୍ଚ୍ଚ ୨ ତାରିଖରେ ଗଣିତ, ମାର୍ଚ୍ଚ ୬ ତାରିଖରେ ସାଧାରଣ ବିଜ୍ଞାନ ଏବଂ ଶେଷ ଦିନ ମାର୍ଚ୍ଚ ୮ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ।

ଏନେଇ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଜାହାନ ଆରା ବେଗମ୍ ସୂଚନା ଦେଇଛନ୍ତି । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ପୂର୍ବାହ୍ନ ୧୧.୩୦ ଘଟିକା ପର୍ଯ୍ୟନ୍ତ ଚାଲିବ । ତେବେ ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ । ଛାତ୍ରଛାତ୍ରୀମାନେ ୪ଟି ସମାନ୍ତର ପ୍ରଶ୍ନ ସେଟରେ ପରୀକ୍ଷା ଦେବେ । ସେହିପରି ସଂସ୍କୃତ ମଧ୍ୟମା ଉଭୟ ରେଗୁଲାର ଏବଂ ଏକ୍ସ ରେଗୁଲାର ଛାତ୍ରଛାତ୍ରୀମାନେ ଫେବୃଆରୀ ୨୨ରେ ସଂସ୍କୃତି ବ୍ୟାକରଣ ଓ ଦର୍ଶନ, ୨୩ରେ ସଂସ୍କୃତ ସାହିତ୍ୟମ୍ , ୨୫ରେ ପ୍ରୟୋଗାତ୍ମକ ସଂସ୍କୃତ(କର୍ମକାଣ୍ଡ ଓ ଜ୍ୟୋତିଷ କିମ୍ବା ଆୟୁର୍ବେଦ ଓ ଯୋଗ), ୨୬ରେ ମାତୃଭାଷା(ଓଡିଆ, ହିନ୍ଦି), ୨୭ରେ ଗଣିତ, ୨୮ରେ ବିଜ୍ଞାନ, ମାର୍ଚ୍ଚ ୧ରେ ସାମାଜିକ ବିଜ୍ଞାନ ଓ ମାର୍ଚ୍ଚ ୨ରେ ଇଂରାଜୀ ପରୀକ୍ଷା ଅନୁଷ୍ଠିତ ହେବ ।

ରାଜ୍ୟ ମୁକ୍ତ ବିଦ୍୍ୟାଳୟ ପ୍ରତିଷ୍ଠାନ ପରୀକ୍ଷାର୍ଥୀମାନେ ଫେବୃଆରୀ ୨୨ ତାରିଖରେ ଇଂରାଜୀ, ୨୩ରେ ପେଣ୍ଟିଂ, ୨୫ରେ ଓଡିଆ, ତେଲଗୁ, ଉର୍ଦ୍ଦୁ, ହିନ୍ଦି , ସଂସ୍କୃତ, ୨୬ରେ ପେଣ୍ଟିଂ ପ୍ରାକ୍ଟିକାଲ, ୨୭ରେ ଗଣିତ, ୨୮ରେ ହୋମସାଇନ୍ସ, ମାର୍ଚ୍ଚ ୧ରେ ବିଜ୍ଞାନ, ମାର୍ଚ୍ଚ ୨ରେ ଇଣ୍ଡିଆଇନ କଲଚର ଆଣ୍ଡ ହେରିଟେଜ୍ , ୩ରେ ହୋମ ସାଇନ୍ସ ପ୍ରାକ୍ଟିକାଲ ଏବଂ ୬ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଜାହାଁନାରା ବେଗମ୍ ସଂପାଦକ, ରାମାଶିଷ ହାଜରା ଏବଂ ପରୀକ୍ଷା ନିୟନ୍ତ୍ରକ ଡ. ନିହାର ରଂଜନ ମହାନ୍ତି ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା