Connect with us

ଦେଶ

ଭିଲାଇ ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ପାଇପ ଲାଇନ ବିସ୍ଫୋରଣ ୧୪ ମୃତ

ସାଙ୍କେତିକ ଚିତ୍ର

ଭିଲାଇ ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ପାଇପ ଲାଇନ ବିସ୍ଫୋରଣ
୧୪ ମୃତ
ରାୟପୁର,୯ା୧୦ : ମଙ୍ଗଳବାର ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଥିବା ଭିଲାଇ ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ପାଇପ୍ ଫାଟି ୧୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସକାଳ ୧୦.୩୦ରେ ଘଟିଥିବା ଜଣାଯାଇଛି । ଛତିଶଗଡ଼ର ରାଜଧାନୀ ରାୟପୁର ଠାରୁ ପ୍ରାୟ ୩୦ କିଲୋମିଟର ଦୂର ଭିଲାଇ ସହରରେ ଥିବା ଷ୍ଟିଲ ପ୍ଲାଣ୍ଟର କୋକ ଓଭନ ସେକ୍ସନ ନିକଟରେ ଗ୍ୟାସ ପାଇପ ଲାଇନରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ସମୟରେ ସେଠାରେ ୨୪ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ ବୋଲି ଦୁର୍ଗ ରେଞ୍ଜର ପୋଲିସ ଆଇଜି ଜି.ପି.ସିଂ କହିଛନ୍ତି ।

ଦୁର୍ଘଟଣା ଘଟିବା ସଙ୍ଗେ ସଙ୍ଗେ ପ୍ଲାଣ୍ଟ କର୍ମଚାରୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚୀ ସମସ୍ତଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ । ପ୍ରଥମେ ଘଟଣା ସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରେ ହସ୍ପିଟାଲରେ ଆଉ ୮ଜଣ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଥିବା ଜଣାପଡିଛି । ଷ୍ଟିଲ ଅ୍ରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଜାରି ସୂଚନା ଅନୁସାରେ କୋକ୍ ଓଭେନର ୧୧ ନମ୍ବର ବ୍ୟାଟେରି କମ୍ପେକ୍ସରେ ଥିବା ଗ୍ୟାସ୍ ପାଇପ୍ ଲାଇନର ରକ୍ଷଣାବେକ୍ଷଣ କାମ ଚାଲିଥିବା ବେଳେ ବିସ୍ଫୋରଣ ଘଟିଥିଲା । ବର୍ତ୍ତମାନ ବିସ୍ଫୋରଣ ସ୍ଥଳରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇ ସାରିଥିବା ବେଳେ ଗୁରୁତର ଆହତଙ୍କ ଚିକିତ୍ସା ଲାଗି ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ ମଧ୍ୟ ଅନୁରୂପ ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୫୦ଜଣ ଆହତ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ