Connect with us

ଅପରାଧ

ଦୀପାବଳିରେ ଛୁରା ମାଡ଼; ଜଣେ ଆହତ

ସାଙ୍କେତିକ ଚିତ୍ର

ଦୀପାବଳିରେ ଛୁରା ମାଡ଼; ଜଣେ ଆହତ
ଭୁବନେଶ୍ୱର : ଦୀପାବଳିକୁ ଧୁମ୍‌ଧାମ୍‌ରେ ଭୁବନେଶ୍ୱରବାସୀ ପାଳୁଥିବାବେଳେ ଛୁରା ମାଡ଼ରେ ଜଣେ ଯୁବକ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଭୁବନେଶ୍ୱରର ବିଜେବି ନଗରର ମହିଷାଖାଲ ଅଞ୍ଚଳରେ ବାଣ ଦେବା ନେବାକୁ ନେଇ ଦୁଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଅର୍ଜୁନ ବେହେରା ନାମକ ଜଣେ ଯୁବକ ଅଶୋକ ବେହୁରାଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ଏଥିରେ ଅଶୋକ ଗୁରୁତର ଭାବେ ଆହତ ହୋଇଥିଲା । ତାଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବଡଗଡ଼ ଥାନା ପୁଲିସ ଆକ୍ରମଣକାରୀ ଯୁବକ ଅର୍ଜୁନ ବେହେରାକୁ ଥାନାରେ ଅଟକ ରଖି ତଦନ୍ତ ଚଲାଇଛି । ଘଟଣାଟି ଘଟିଛି ବିଜେବି ନଗର ମହିଷାଖାଲ ଅଞ୍ଚଳରେ । ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ