Connect with us

ଓଡିଶା

ନୂଆ ଦଳ ଗଠନ ନେଇ ଦାମ ପୁଣି ହୁକୁ ହୁକୁ

ସାଙ୍କେତିକ ଚିତ୍ର

ନୂଆ ଦଳ ଗଠନ ନେଇ ଦାମ ପୁଣି ହୁକୁ ହୁକୁ
ନୂଆ ଦଳ ଗଠନ ନେଇ କେତେବେଳେ ହଁ ତ କତେବେଳେ ନା
ଭୁବନେଶ୍ୱର:- ମାସକ ତଳେ ଡାକ୍ତର ଦାମୋଦର ରାଉତ ଏଭଳି ଟିପ୍ପଣୀ ଦେଇ କହିଥିଲେଯେ , ଏକ ନୂତନ ଆଞ୍ଚଳିକ ଦଳ ଗଠନ ପାଇଁ ବୈଜୟନ୍ତ ପଣ୍ଡା ଆଗ୍ରହୀ ଅଛନ୍ତି ତେଣୁ ଖୁବଶୀଘ୍ର ଏକ ନୂଆ ଦଳ ଗଢ଼ା ହେବ । । କିନ୍ତୁ ଦାମବାବୁଙ୍କ ଉକ୍ତିକୁ ବୈଜୟନ୍ତ ପରୋକ୍ଷରେ ଖଣ୍ଡନ କରିଥିଲେ । ଦାମବାବୁଙ୍କୁ କଟାକ୍ଷକରୀ କହିଥିଲେଯେ , ‘ମୋର ପରବର୍ତ୍ତୀ ରାଜନୈତିକ ନିଷ୍ପତ୍ତି କ’ଣ ହେବ ତାହା ଅନ୍ୟ କାହା ମୁହଁରେ କୁହଇବି ନାହିଁ, ମୁଁ ନିଜେ କହିବି’ । କିନ୍ତୁ ଡାକ୍ତର ରାଉତ ପୁଣି ବୈଜୟନ୍ତଙ୍କ ରାଜନୀତିକ ଭବିଷ୍ୟଦିଗକୁ ନେଇ ତୁଣ୍ଡ ଖୋଲିଛନ୍ତି । କେତେବେଳେ ବୈଜୟନ୍ତ ପଣ୍ଡାଙ୍କୁ ଦଳରେ ରଖିବା ପାଇଁ ଆମେ ଆଗ୍ରହୀ ତ କେତେବେଳେ ବୈଜୟନ୍ତ ନିଜେ ଏକ ଦଳ ଗଢୁଛନ୍ତି ବୋଲି କହୁଛନ୍ତି । ବୈଜୟନ୍ତ ବି ଆମ ଦଳରେ ମିଶିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ଡାକ୍ତର ରାଉତ କହିଛନ୍ତି ।

ଏହି ମନ୍ତବ୍ୟରେ କିଏ ଦଳ ଗଡ଼ୁଛି ତାହା ସ୍ପଷ୍ଟ ହୋଇପାରୁନି । ସରକାର ଆଞ୍ଚଳିକ ଦଳ ଗଠନରେ ବାଧକ ସାଜୁଥିବାବେଳେ ଆମ ନେତାଙ୍କ ଭିତରେ ବିଭେଦ ସୃଷ୍ଟି ପାଇଁ ଚେଷ୍ଟା କରୁଛନ୍ତି ବୋଲି ଡାକ୍ତର ରାଉତ କହୁଛନ୍ତି । ଦାମବାବୁଙ୍କ ବକ୍ତବ୍ୟକୁ ନେଇ ସମାଲୋଚକ ମହଲରେ ଥଟା ପରିହାସର ଖୋରାକ ଯୋଗାଉଛି । ପ୍ରକୃତରେ ସରକାର ବାଧକ ସାଜୁଛନ୍ତି ନା ପରସ୍ପର ଭିତରେଥିବା ରାଜନୈତିକ ମହତ୍ୱାକାଂକ୍ଷା ବାଧକ ସାଜୁଛି ତାହା ଆଗମୀ ଦିନରେ ସ୍ପଷ୍ଟ ହୋଇଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା