Connect with us

ଆଞ୍ଚଳିକ

ତିତଲି ପ୍ରଭାବରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ଅନୁକମ୍ପା ରାଶି ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି

ସାଙ୍କେତିକ ଚିତ୍ର

ଭୁବନେଶ୍ୱର: ସାମୁଦ୍ରିିକ ଝଡ଼ ତିତଲି ଓ ତାର ପ୍ରଭାବରେ ହୋଇଥିବା ବର୍ଷା ଓ ବନ୍ୟାରେ ମୃତ୍ୟୁବରଣ କରୀଥିବା ଲୋକଙ୍କ ନିକଟ ସମ୍ପର୍କୀୟମାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜି ଶ୍ରୀ ପଟ୍ଟନାୟକ ଗଜପତି ଜିଲ୍ଲାର ବାରଘର ଚମ୍ପାପୁର ଠାରେ ପୂର୍ବରୁ ସ୍ଥିରୀକୃତ ବାତ୍ୟା, ବର୍ଷା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଭେଟିବା ଅବସରରେଏହା ଘୋଷଣା କରିଛନ୍ତି । ପରେ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଯାଇ ବନ୍ୟା ଓ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ।

ସୂଚନାଯୋଗ୍ୟଯେ, ପୂର୍ବରୁ ମୃତକମାନଙ୍କ ନିକଟ ସମ୍ପର୍କୀୟମାନଙ୍କୁ ୪ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରାଯାଇଥିଲା । ବର୍ତ୍ତମାନ ଏହାକୁ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତ ଚମ୍ପାପୁରଠାରେ ତିତଲି ପ୍ରଭାବରେ ମୃତ୍ୟୁବରଣ କରିଥିବା ପରିବାକୁ ୧୦ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରିବା ସହିତ ‘ତିତଲି’ ଯୋଗୁ ଅନାଥ ହୋଇଯାଇଥିବା ପିଲାମାନଙ୍କୁ ସରକାର ପୋଷ୍ୟ ଭାବେ ଗ୍ରହଣକରି , ପିଲାଙ୍କ ଦାୟିତ୍ୱନେଇ ପାଠ ପଢ଼ାଇବା ସହ ଆତ୍ମନିର୍ଭରଶୀଳ କରାଇବେ ବୋଲି ଘୋଷଣା କରିଛନ୍ତି ।

ଏଥିସହିତ ପାହାଡ଼ ଉପରେ ଥିବା ବାରଘର ଗାଁ ପାହାଡ଼ ତଳକୁ ଆଣିବାପାଇଁ ବ୍ୟବସ୍ଥା କରାଯିବା ସହିତ ଗାଁ ଲୋକଙ୍କୁ ସରକାର ପାହାଡ଼ ତଳେ ଜମି ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ କିଛି ହୀତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ