Connect with us

ଅପରାଧ

ଏଣିକି ମନଇଚ୍ଛା ଦରରେ ବିକି ପାରିବେନି ମହାପ୍ରସାଦ

ସାଙ୍କେତିକ ଚିତ୍ର

ଏଣିକି ମନଇଚ୍ଛା ଦରରେ ବିକି ପାରିବେନି ମହାପ୍ରସାଦ
ପୁରୀ,୧୬ା୧୦ : ଶ୍ରୀକ୍ଷେତ୍ରରେ ମନଇଚ୍ଛା ଦରରେ କେହି ମହାପ୍ରସାଦ ବିକ୍ରି କରିପାରିବେ ନାହିଁ । ଏଥିପାଇଁ ଦର ନିର୍ଦ୍ଧାରଣ ହେବ । ସୁଆରଙ୍କୁ ଚାଉଳ, ଡାଲି ଓ ଅନ୍ୟ ସାମଗ୍ରୀ ଯୋଗାଇ ଦେବ ଶ୍ରୀମନ୍ଦିର ପ୍ରଶାସନ । ପାରିଶ୍ରମିକ, ପରିବା ମୂଲ୍ୟ, ବୋଝ ମୂଲ୍ୟ, ହାଣ୍ଡି, କୁଡୁଆର ଦାମ ଓ ସୁଆରଙ୍କ ଲାଭାଂଶକୁ ମିଶାଇ ଏକ ନିର୍ଦ୍ଦିଷ୍ଟ ଦର ନିର୍ଦ୍ଧାରଣ କରାଯିବ ।

ଆଜିର ଶ୍ରୀମନ୍ଦିର ପରିଚାଳନା କମିଟି ଓ ସୁଆର ମହାସୁଆର ନିଯୋଗ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏହାସହିତ ଆନନ୍ଦ ବଜାର ସୁପରିଚାଳନା ପାଇଁ ଅଭିଯୋଗ କରିବାର ବ୍ୟବସ୍ଥା ରହିବ । ଅଭିଯୋଗ ଗ୍ରହଣ ପାଇଁ ଏକ ପ୍ରକୋଷ୍ଠ ଓ ହେଲ୍ପ ଡେସ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନର ଜଣେ କର୍ମଚାରୀ ଓ ସୁଆର-ମହାସୁଆର ନିଯୋଗର ଜଣେ ସଦସ୍ୟ ଉପସ୍ଥିତ ରହିବେ । କୌଣସି ଅସୁବିଧା ହେଲେ ଭକ୍ତମାନେ ନିଜର ସମସ୍ୟା ଏମାନଙ୍କୁ ଜଣାଇ ପାରିବେ ।

ଅନଧିକୃତ ଭାବେ କେହି ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି କରିପାରିବେ ନାହିଁ । ସୁଆର-ମହାସୁଆର ତରଫରୁ ଏକ ୱେବ୍ସାଇଟ୍ ମଧ୍ୟ ଖୋଲାଯିବ । ଏଥିରେ ମହାପ୍ରସାଦର ଚିତ୍ର ସହିତ ଦର ରହିବ । କେବେଠାରୁ ଏସବୁ ନିଷ୍ପତ୍ତି ଲାଗୁ ହେବ ତାହା ସ୍ଥିର କରାଯାଇନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ