Connect with us

ଅପରାଧ

ଝଗଡା ହେଲା ପୂଜକ ସହିତ କିନ୍ତୁ ମାଡ ଖାଇଲା ହୋମଗାର୍ଡ

ସାଙ୍କେତିକ ଚିତ୍ର

ଝଗଡା ହେଲା ପୂଜକ ସହିତ କିନ୍ତୁ ମାଡ ଖାଇଲା ହୋମଗାର୍ଡ
ଦାଦାଗିରି ଦେଖାଇଲା ପୂଜକ କିନ୍ତୁ ଜେଲ ଗଲା ଭକ୍ତ

କାକଟପୁର :- ରାଜ୍ୟରେ ଥିବା ବିଭନ୍ନ ପୁରାତନ ମନ୍ଦିର ଗୁଡିକରେ ଭକ୍ତ ଓ ପୂଜକମାନଙ୍କ ମଧ୍ୟରେ ବାରମ୍ବାର ବାଡିଆପିଟା ଘଟଣା ବଢ଼ିବାରେ ଲାଗୁଛି ।ଏହା ଦ୍ୱାରା ଲୋକମାନେ ମନ୍ଦିରପ୍ରତି ବିମୁଖ ହୋଇ ବିଭିନ୍ନ ଭଣ୍ଡ ବାବାଙ୍କ ଶରଣାପନ୍ନ ହଉଛନ୍ତି । ପୂଜକମାନଙ୍କ ଶୋଷଣ ମନୋବୃତି ଏହପାଇଁ ମୁଖ୍ୟତଃ ଦାୟୀ । ନିକଟରେ ଦାନ ଦକ୍ଷିଣାକୁ ନେଇ କାକଟପୁର ମଙ୍ଗଳା ମନ୍ଦିରରେ ମହିଳା ହୋମଗାର୍ଡଙ୍କୁ ମାଡ଼ ମାରି ଜେଲ୍ ଯାଇଛନ୍ତି ଜଣେ ମହିଳା ନର୍ମଦା ମହାପାତ୍ର ।
ଘଟଣାରୁ ପ୍ରକାଶଯେ, ନର୍ମଦା ଓ ତାଙ୍କ ପରିବାର କାକଟପୁର ମଙ୍ଗଳା ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଆସିଥିଲେ । ସମସ୍ତେ ମନ୍ଦିର ଭିତରକୁ ଯାଇ ମା’ଙ୍କୁ ଦର୍ଶନ କରୁଥିବାବେଳେ ନର୍ମଦା ଗର୍ଭଗୃହକୁ ଯିବାକୁ ଚାହିଁବାରୁ ସେଠାରେ ଥିବା ଜନୈକ ସେବକ ଥାଳିରେ ଦାନ ଦେଲେ ଗର୍ଭଗୃହକୁ ଛାଡ଼ିବେ ବୋଲି କହିଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟି ତୁଣ୍ଡ ହେବାରୁ ସେଠାରେ ମୁତୟନ ଥିବା ମହିଳା ହୋମଗାର୍ଡ ଭାନୁମତୀ ନାୟକ ସେଥିରେ ହସ୍ତକ୍ଷେପ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ନର୍ମଦା ତାଙ୍କୁ ଧକ୍କା ମାରିଥିଲେ ବୋଲି ଭାନୁମତୀ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପୋଲିସ ଭାନୁମତୀଙ୍କ ଅଭିଯୋଗ ଆଧାରରେ ୧୧୬/୧୮ରେ ଏକ ମାମଲା ରୁଜୁ କରି ନର୍ମଦାଙ୍କୁ ଗିରଫ କରି ନିମାପଡ଼ା କୋର୍ଟକୁ ଚାଲାଣ କରିଥିବା ବେଳେ ସେଠାରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । କିନ୍ତୁ ନର୍ମଦାଙ୍କ ଅନୁସାରେ ପୋଲିସ ତାଙ୍କ କଥା ନ ଶୁଣି ସମ୍ପୂର୍ଣ୍ଣ ଏକପାଖିଆ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତାଙ୍କୁ ନ୍ୟାୟ ମିଳି ନ ଥିବାରୁ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ।

ଦାନ ଦକ୍ଷିଣାକୁ ନେଇ ବିଭିନ୍ନ ମନ୍ଦିରରେ ଭକ୍ତ ଓ ସେବକଙ୍କ ମଧ୍ୟରେ ବାରମ୍ବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ମନ୍ଦିର ପ୍ରଶାସନ ଏବଂ ଦେବୋତ୍ତର ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଦିନକୁ ଦିନ ଭକ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏ ଦିଗରେ ଆଇନମନ୍ତ୍ରୀ ଦୃଷ୍ଟିଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ