Connect with us

ଅପରାଧ

କୋଣାର୍କ ସୂର୍ଯ୍ୟମନ୍ଦିର ମରାମତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ

ସାଙ୍କେତିକ ଚିତ୍ର

କୋଣାର୍କ ସୂର୍ଯ୍ୟମନ୍ଦିର ମରାମତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ
ଭୁବନେଶ୍ୱର :- କୋଣାର୍କ ସୂର୍ଯ୍ୟମନ୍ଦିରର କୀର୍ତିରାଜିର ପରିବର୍ତନ କରି ସେ ଜାଗାରେ ସାଧା ପଥର ଲଗାଯିବାକୁ ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହ ଏହା ଉପରେ ତଦନ୍ତ କରିବା ପାଇଁ ଦାବିକରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କୁ ଚିଠିଲେଖି ଅନୁରୋଧ କରିଛନ୍ତି । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇଛି । ମନ୍ଦିରର ଯେଉଁ ସ୍ଥାନରୁ କୀର୍ତିରାଜି ଉଠାଯାଉଛି ସେଠାରେ ସାଧା ପଥର ରଖାଯାଉଛି । ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଏହି ମନ୍ଦିର ଓଡ଼ିଆ ଜାତିର ଗର୍ବ ଓ ଗୌରବର ପ୍ରତୀକ ।

ଏଏସଆଇ ପକ୍ଷରୁ ଚାଲିଥିବା ମରାମତି କାର୍ଯ୍ୟରେ ଯେତିକି ଦୃଷ୍ଟିଦେବା କଥା ତାହା ଦେଉନାହିଁ ଯାହାକି ଓଡ଼ିଆ ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି । ମନ୍ଦିରର ୪୦ ପ୍ରତିଶତ କାରୁକାର୍ଯ୍ୟ ଖଚିତ ପଥରକୁ ପରିବର୍ତନ କରାଯାଇଛି । ସମ୍ପୃକ୍ତ କୀର୍ତିରାଜି ଓ ଐତିହ୍ୟକୁ ସୁରକ୍ଷା ଦିଆଯାଉ ବୋଲି ସେ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଏଏସଆଇର ଅଧିକାରୀ ଚିତରଞ୍ଜନ ଦାସ କହିଛନ୍ତି ଯେ ମନ୍ଦିରର ସ୍ଥିତି ଠିକ୍ ଅଛି । କୌଣସି ଫାଟ ନାହିଁ । ଦୀର୍ଘ ୩୦ବର୍ଷ ଧରି ସେମାନେ କାମ କରିଆସୁଛନ୍ତି । ସ୍ମାରକୀର ସୁରକ୍ଷା ପାଇଁ ସେମାନେ ତତ୍ପର ଅଛନ୍ତି । କାରୁକାର୍ଯ୍ୟକୁ କେହି ନେଇନାହାନ୍ତି । ମନ୍ଦିର ମରାମତି ସହ ଏହାର ସଂରକ୍ଷଣ ଚାଲିଛି । ଏ ସମ୍ପର୍କିତ ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭିତିହୀନ ବୋଲି ଶ୍ରୀ ଦାସ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ