Connect with us

ଓଡିଶା

ଆଜି ଜୟପୁର ଆସିବେ ରାହୁଲ ଗାନ୍ଧୀ

ସାଙ୍କେତିକ

ଆଜି ଜୟପୁର ଆସିବେ ରାହୁଲ ଗାନ୍ଧୀ
ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ
ସୁରକ୍ଷା ଦାୟୀତ୍ୱରେ ୨୧ ପ୍ଲାଟୁନ ଫୋର୍ସ
ଜୟପୁର, ୭ ମାର୍ଚ୍ଚ – ଜୟପୁର ନିକଟସ୍ଥ ଏକମ୍ବା ପଡିଆରେ ଆସନ୍ତାକାଲି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପରିବର୍ତନ ସମାବେଶ ଓ ଆଦିବାସୀ ବିକାଶ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପ୍ରଶାସନ ଓ ଦଳୀୟ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ସମାବେଶରେ ରାହୁଲ ଗାନ୍ଧୀଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ରାଜ୍ୟସ୍ତରିୟ ନେତା ମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ ଗସ୍ତକୁ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଥିବା ବେଳେ ଏସପିଙ୍କ ସହ ଏଏସପି ୪ଜଣ, ଡିଏସପି ସ୍ତରର ୧୪ ଜଣ, ଇନିସପେକ୍ଟର ୩୦ ଜଣ, ଏସଆଇ ୩୯ ଜଣ, ଏଏସଆଇ ୭୦ ଜଣ, କନେଷ୍ଟବଳ ୨୫୮ ଜଣ, ହୋମଗାର୍ଡ ୩ ଶହ ସହ ୨୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ସନ୍ଧାନୀ କୁକୁର ବାରମ୍ବାର ପଇନ୍ତରା ମାରୁଥିବା ବେଳେ ରାହୁଲଙ୍କ ଜେଡ ସିର୍କିୁରିଟି ମଧ୍ୟ ରହିଛି ।

ଶୁକ୍ରବାର ପୂର୍ବାହ୍ନ ୧୧.୧୫ ମିନିଟ୍ ସମୟରେ ଜୟପୁର ଠାରେ ପହଂଚି ବିଶ୍ୱ ମହିଳା ଦିବସ ଅବସରରେ ଡଙ୍ଗାଗୁଡା ଠାରେ ପହଂଚି ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହିଳା ମାନଙ୍କ ସହ ଆଲୋଚନା କରିବେ । ପରେ ଏକମ୍ବା ପଡିଆରେ ଜନସମାବେଶରେ ଯୋଗଦେଇ ଚାଷିଙ୍କ ସହ ଆଲୋଚନା କରି ଫେରିବାର କାର୍ଯ୍ୟକ୍ରମ ରହିଛି । ଏହି ସମାବେଶରେ ଅବିଭକ୍ତ କୋରାପୁଟ ଜିଲାର ଦେଢ ଲକ୍ଷ ଲୋକଙ୍କ ସମାଗମ ହେବା ନେଇ ଦଳ ପକ୍ଷରୁ ଆଶା କରାଯାଇଛି । ସେଥି ଯୋଗୁଁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୪ଟି ସ୍ଥାନରେ ପାର୍କିଂ ବ୍ୟାବସ୍ଥା କରାଯାଇଛି । ଏନେଇ ଏସପିଜି ଓ ଜିଲା ପୋଲିସ ତରଫରୁ ସରୁକ୍ଷା ବ୍ୟବସ୍ଥାକୁ ନେଇ ସମୀକ୍ଷା କରାଯାଇଛି । ଏଆଇସିସି ସମ୍ପାଦକ ଅନିଲ ଚୌଧୁରିଙ୍କ ତତ୍ୱାବଧାନରେ ଏଠାରେ ସମାବେଶ ଅନୁଷ୍ଠିତ ହେବାକୁଥିବା ବେଳେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ସମାବେଶକୁ ପରିଚାଳନା କରିବେ ।

ଏସପିଜିର ୩ ଜଣିଆ ଟିମ୍ ସହ ଏସପି କେ.ବି. ସିଂ, ଏଏସପି ଉତ୍ପଳ ରଞ୍ଜନ ଦାସ, ଏସଡିପିଓ ସାଗରିକା ନାଥ, ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି, ଉପ ଜିଲାପାଳ ଲୋକନାଥ ଦଳ ବେହେରା ସମାବେଶ ପଡିଆରେ ଆଜି ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି । ଟ୍ରାଫିକ ବ୍ୟବସ୍ଥା ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏନେଇ ଜୟପୁର ଜିଲା କଂଗ୍ରେସ ଭବନ ଠାରେ ସଭାନେତ୍ରୀ ମିନାକ୍ଷୀ ବାହୀନିପତିଙ୍କ ଅଧ୍ୟକ୍ଷତାରେ ଗତ ୧ ତାରିଖରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା