Connect with us

ଓଡିଶା

ନିର୍ବାଚନୀ ପ୍ରତିଶ୍ରୁତି କେମିତି ପାଳନ କରୁଛ ଜଣାଅ : ଧର୍ମେନ୍ଦ୍ରଙ୍କୁ ବିଜେଡିର ଆହ୍ୱାନ

ସାଙ୍କେତିକ

ର୍ବାଚନୀ ପ୍ରତିଶ୍ରୁତି କେମିତି ପାଳନ କରୁଛି ଜଣାଅ : ଧର୍ମେନ୍ଦ୍ରଙ୍କୁ ବିଜେଡିର ଆହ୍ୱାନ
ଭୁବନେଶ୍ୱର, ୦୬ ମାର୍ଚ୍ଚ – ଓଡ଼ିଶାବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ ରାଜ୍ୟ ସରକାରଙ୍କ ସଫଳତାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆକ୍ଷେପ କରିଥିବାରୁ ବିଜୁ ଜନତା ଦଳ ତାହାର ତୀବ୍ର ସମାଲୋଚନା କରିଛି । ଦଳର ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଜଣେ ଅଭ୍ୟାସଗତ ମିଛୁଆ । ତେବେ ରାଜ୍ୟ ସରକାରଙ୍କ ସଫଳତା ଜାଣିଲା ପରେ ଅନ୍ତତଃ ସେ ନିଜ ଅଭ୍ୟାସରୁ ନିବୃତ ରହି ରାଜ୍ୟବାସୀଙ୍କ ମଙ୍ଗଳ କରନ୍ତୁ । ସତସାହସ ଜୁଟାଇ ନିଜର ପ୍ରତିଶ୍ରୁତି ମନେପକାନ୍ତୁ ।
ଶ୍ରୀ ପ୍ରଧାନଙ୍କର ସତସାହସ ଥିଲେ ତାଙ୍କ ଦଳର ନିର୍ବାଚନୀ ପ୍ରତିଶ୍ରୁତି କିଭଳି ପାଳନ ହୋଇଛି ଓଡ଼ିଶାବାସୀ ସ୍ପଷ୍ଟ ଭାବରେ ଜଣାନ୍ତୁ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତାକୁ ଇସ୍ତାହାର ଶୀର୍ଷରେ ରଖି ବିଜେପି ତୁମ୍ବିତୋଫାନ କରୁନଥିଲା କି? ମହାନଦୀ ଓ ପୋଲାଭରମ୍ ସମସ୍ୟାର ସମାଧାନ କଥା କହି ନଥିଲେ କି? ହେଲେ କୁଆଡ଼େ ଗଲା ସେସବୁ ପ୍ରତିଶ୍ରୁତି? ଏବେ ୫ କୋଟି ଉଜ୍ଜ୍ୱଳା ହିତାଧିକାରୀଙ୍କ ତାଲିକା ୱେବସାଇଟ୍ରେ ଦେଉନାହାନ୍ତି କାହିଁକି? ସତସାହସ ରଖି ଲୋକଙ୍କୁ ତାହା ଜଣାନ୍ତୁ ଏବଂ ରାଜ୍ୟବାସୀଙ୍କ ପ୍ରଶ୍ନର ଜବାବ ଦିଅନ୍ତୁ ବୋଲି ଡ. ପାତ୍ର ଆହ୍ୱାନ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା