Connect with us

ଆଞ୍ଚଳିକ

ଭୁବନେଶ୍ୱରରେ ପହଞ୍ଚିଲା ବାଜପେୟୀଙ୍କ ଅସ୍ଥି କଳସ

ଭୁବନେଶ୍ୱରରେ ପହଞ୍ଚିଲା ବାଜପେୟୀଙ୍କ ଅସ୍ଥି କଳସ
ଭୁବନେଶ୍ୱର,୨୨ା୮ : ଆସନ୍ତାକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପାୟୀଙ୍କ ଅସ୍ଥି ପୁରୀ ମହୋଦଧୀରେ ବିସର୍ଜନ କରାଯିବ । ପୂର୍ବାହ୍ନ ପ୍ରାୟ ୯ଟା ୩୦ରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ସଭାପତି ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା କେ.ଭି ସିଂହଦେଓଙ୍କ ସମେତ ଓଡିଶାର ସମସ୍ତ ନେତୃବୃନ୍ଦ ଅସ୍ଥି କଳସକୁ ଧରି ଦଳୀୟ କାର୍ଯ୍ୟାଳୟରୁ ପୁରୀ ଅଭିମୁଖେ ଯାତ୍ରା କରିବେ ।

ସଗ୍ୱର୍ତଃ ଅଟଳଜୀଙ୍କ ପବିତ୍ର ଅସ୍ଥି ଭୁବନେଶ୍ୱରରୁ ବାହାରି ଉତରା ଛକ ଦେଇ ପୁରୂଣା ପୁରୀ ରାସ୍ତା ଦେଇ ପିପିଲି, ଦାଣ୍ଡ ମୁକୁନ୍ଦପୁର, ସାକ୍ଷୀଗୋପାଳ, ଚନ୍ଦନପୁର , ଅଠରନଳାରେ ପହଂଚିବ । ସେଠାରୁ ପୁରୀ ଅଂଚଳ ବାସୀ ଅସ୍ଥି କଳସକୁ ସ୍ୱାଗତ କରି ମହୋଦଧୀ ଅଭିମୁଖେ ଯାତ୍ରା କରିବେ ଏବଂ ଅସ୍ଥି ବିସର୍ଜନ କରିବେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ଙ୍କ ଅସ୍ଥି କଳସ ବୁଧବାର ସନ୍ଧ୍ୟାରେ ଓଡ଼ିଶା ପହଂଚିଥିଲା ।

ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦିଲ୍ଲୀ ଅଶୋକା ରୋଡ଼ ଠାରେ ଅନୁଷ୍ଠିତ ଏକ ସମାରେହରେ ଏହି ଅସ୍ଥି କଳସ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ହସ୍ତାନ୍ତର କରିଥିଲେ । ଭୁବନେଶ୍ୱର ବିମାନ ବନ୍ଦରରେ ଅସ୍ଥିକଳସୀ ବିମାନବନ୍ଦରରେ ପହଂଚିବା ପରେ ସଂକୀର୍ତନ ଓ ଶୋଭାଯାତ୍ରାରେ ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟକୁ ଅଣାଯାଇଥିଲା । ଏଠାରେ ରାତିସାରା ଭଜନ କୀର୍ତନ କାର୍ଯ୍ୟକ୍ରମ କରାଯିବା ସହ ସାଧାରଣ ଲୋକ ଅସ୍ଥି କଳସକୁ ଦର୍ଶନ ପାଇଁ ରଖାଯାଇଥିଲା । ସେହିପରି ୨୪ ତାରିଖ ସଂଧ୍ୟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ ଠାରେ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ ।

ଏହି ପ୍ରାର୍ଥନା ସଭାରେ ସମସ୍ତ ଜନସାଧାରଣ, ବୁଦ୍ଧିଜିବୀ ଓ ସମସ୍ତଦଳର ନେତା ଓ କର୍ମୀମାନଙ୍କୁ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ