Connect with us

ଓଡିଶା

ଶ୍ରୀମନ୍ଦିର ନାଟ୍ୟମଣ୍ଡପ ମରାମତି ପ୍ରସଙ୍ଗ, କୋର କମିଟିର ସୂଚନା; ୨ଟି ବିମରେ ଫାଟ

ଶ୍ରୀମନ୍ଦିର ନାଟ୍ୟମଣ୍ଡପ ମରାମତି ପ୍ରସଙ୍ଗ, କୋର କମିଟିର ସୂଚନା; ୨ଟି ବିମରେ ଫାଟ

ଶ୍ରୀମନ୍ଦିର ନାଟ୍ୟମଣ୍ଡପ ମରାମତି ପ୍ରସଙ୍ଗ
କୋର କମିଟିର ସୂଚନା; ୨ଟି ବିମରେ ଫାଟ
ପୁରୀ,୨୨ା୮ : ଶ୍ରୀମନ୍ଦିର ନାଟ ମଣ୍ଡପରେ ଲାଗିଥିବା ୧୬ଟି ବିମ୍ ମଧ୍ୟରୁ ୨ଟିରେ ଫାଟ ସୃଷ୍ଟି ହୋଇଛି । ଏଥିରେ ମୁଖ୍ୟ ବିମ୍ ମଧ୍ୟ ସାମିଲ ଅଛି । ନାଟ ମଣ୍ଡପରେ ୪ଟି ମୁଖ୍ୟ ବିମ୍ ଲାଗିଥିବା ବେଳେ ୧୨ଟି ସହାୟକ ବିମ୍ ଲାଗିଛି । ପ୍ରତ୍ୱତତ୍ତ୍ୱ ବିଭାଗର ଅଧିକାରୀ ଓ ବିଶେଷଜ୍ଞ ଟିମର ୩ଦିନ ଯାଞ୍ଚ ପରେ ବୁଧବାର ଏହା ଜଣାପଡିଛି । କମିଟିର ସଦସ୍ୟ ଏକେ ପଟେଲ ଦେଇଥିବା ସୂଚନା ଅନୁସାରେ ନାଟ ମଣ୍ଡପ କେଉଁ ସ୍ଥିତିରେ ଅଛି, ଏନେଇ ଏକ ରିପୋର୍ଟ ପ୍ରସ୍ତୁତ ହେବ । ମରାମତି ପାଇଁ କ’ଣ ଆବଶ୍ୟକତା ଅଛି ତାହା ସ୍ପଷ୍ଟ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ପଟେଲ କହିଛନ୍ତି ଯେ, ଏକ ମାସ ମଧ୍ୟରେ ମରାମତି କାମ ଆରମ୍ଭ ହେବ । ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ସରିଛି । ମରାମତି ପୂର୍ବରୁ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା