Connect with us

ଓଡିଶା

ଆରପାରିରେ ବୈଷ୍ଣବ

image

ଆରପାରିରେ ବୈଷ୍ଣବ
ଭୁବନେଶ୍ୱର,୨୨ା୧୧ : ପୂର୍ବତନ ସାଂସଦ ତଥା ଭାଷା ଆନ୍ଦୋଳନର ପୁରୋଧା ବୈଷ୍ଣବ ଚରଣ ପରିଡାଙ୍କ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ବୈଷ୍ଣବ ପରିଡା ଏକାଧାରାରେ ଜଣେ ସମାଜସେବୀ, ସ୍ତମ୍ଭକାର ଓ ବିଶିଷ୍ଟ ରାଜନେତା ଥିଲେ । ତାଙ୍କ ଦେହାନ୍ତରେ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ବହୁ ରାଜନେତା ପ୍ରକାଶ କରିଛନ୍ତି ।

୧୯୪୧ ମସିହା ଫେବୃଆରୀ ୧୫ ତାରିଖରେ ଯାଜପୁର ଜିଲ୍ଲାର ମଙ୍ଗଳପୁର ଥାନା ଅନ୍ତର୍ଗତ ଶ୍ରୀରାମପୁର ଗାଁରେ ଜନ୍ମ ଗ୍ରହଣ କରିଥିଲେ ବୈଷ୍ଣବ ପରିଡା । ସେ ମଙ୍ଗଳପୁରରୁ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ଏହାପରେ ସେ କୋଲକାତା ବାଂଲାଦେଶୀ କଲେଜରୁ ଉଚ୍ଚଶିକ୍ଷା ଲାଭ କରିଥିଲେ । ଏହାସହ ଉତ୍କଳଳ ବିଶ୍ୱବିଦ୍ୟାଳୟରେ ରାଜନୈତିକ ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିଥିଲେ । ପରେ ପରେ ମସ୍କୋ ୟୁନିଭରସିଟରେ ଏମ୍.ଫିଲ୍ କରିଥିଲେ । ଏହାପରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୬୦ରୁ ୧୯୯୨ ଯାଏଁ ସେ ସମାଜସେବୀ ପାର୍ଟି ଓ କଂଗ୍ରେସରେ ଜଣେ ସକ୍ରିୟ ସଦସ୍ୟ ହୋଇ ରହିଥିଲେ । ଏହାପରେ ସେ ୧୯୯୯-୨୦୦୮ ଯାଏଁ ସିପିଆଇର ରାଜ୍ୟ ସଭାପତି ଭାବେ ଦାୟିତ୍ୱ ତୁଲାଇ ଥିଲେ । ପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ୨୦୦୦ ରୁ ୨୦୧୬ ଯାଏଁ ସେ ରାଜ୍ୟସଭା ସାଂସଦ ଥିଲେ । ଭାଷା ଆନ୍ଦୋଳନର ପୁରୋଧା ଥିଲେ ଶ୍ରୀ ପରିଡା ।

ଓଡ଼ିଆ ଭାଷାର ସୁରକ୍ଷା ତଥା ଏହାକୁ ସରକାରୀ ଭାଷା ଭାବରେ ବ୍ୟବହାର କରିବାକୁ ଦୀର୍ଘଦିନ ଧରି ସେ ଆନ୍ଦୋଳନ କରି ଆସୁଥିଲେ । ବିଜେଡିର ସଦସ୍ୟ ଥାଇ ମଧ୍ୟ ଆବଶ୍ୟକ ସ୍ଥଳେ ସେ ନିଜ ଦଳକୁ ମଧ୍ୟ ସମାଲୋଚନା କରିବାକୁ ପଛାଉ ନଥିଲେ । ସେ ନିର୍ଭିକ ସ୍ୱାଭବର ଥିଲେ । ସେ ଜଣେ ରାଜନେତା ସହ ଜଣେ ଉଚ୍ଚକୋଟୀର ସାହିତ୍ୟିକ ତଥା ସମାଜସେବୀ ଥିଲେ । ଋଷ ଭାଷା ସାହିତ୍ୟର ପ୍ରାୟ ୧୦୦ଟି ଭାଷା ବହିକୁ ସେ ଅନୁବାଦ କରୁଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା