Connect with us

ଆଞ୍ଚଳିକ

ଓଡ଼ିଶାର ୭ ଭୌଗଳିକ କ୍ଷେତ୍ରରେ ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପର ଶିଳାନ୍ୟାସ

image

ଓଡ଼ିଶାର ୭ ଭୌଗଳିକ କ୍ଷେତ୍ରରେ ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପର ଶିଳାନ୍ୟାସ
ନୂଆଦିଲ୍ଲୀ,୨୨ା୧୧ : ଦେଶରେ ଆଜି ୬୩ଟି ଭୌଗଳିକ କ୍ଷେତ୍ରରେ ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପର ଶିଳାନ୍ୟାସ ଓ ବିଡିଂ ପର୍ଯ୍ୟାୟର ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ହୋଇଯାଇଛି । ଏଥିମଧ୍ୟରେ ଓଡ଼ିଶାର ୭ଟି ଭୌଗଳିକ କ୍ଷେତ୍ର ରହିଛି । ଓଡ଼ିଶାର ଏହି ସାତଟି ପ୍ରକଳ୍ପ ହେଲା ସୁନ୍ଦରଗଡ଼-ଝାରସୁଗୁଡା, ଯାଜପୁର-କେନ୍ଦୁଝର, ଅନୁଗୁଳ-ଢେଙ୍କାନାଳ, ବାଲେଶ୍ୱର-ଭଦ୍ରକ-ମୟୂରଭଞ୍ଜ, ବରଗଡ଼-ଦେବଗଡ-ସମ୍ବଲପୁର, ଗଞ୍ଜାମ-ନୟାଗଡ଼-ପୁରୀ ଓ ଜଗତସିଂହପୁର-କେନ୍ଦ୍ରାପଡ଼ା ଜିଲ୍ଲା । ଏତଦ୍ଦ୍ୱାରା ରାଜ୍ୟର ୩.୫ ଲକ୍ଷ ପରିବାରକୁ ମିଳିବ ପାଇପ ଗ୍ୟାସ ସଂଯୋଗ ମିଳିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସିଟି ଗ୍ୟାସ୍ ବିତରଣର ସଫଳତା ବର୍ଣ୍ଣନା କରିଛନ୍ତି ।

୨୦୧୪ରେ କେବଳ ଦେଶର ୬୬ଟି ଜିଲ୍ଲାରେ ସିଟି ଗ୍ୟାସ୍ ବିତରଣ ହୋଇଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୬୬ ଜିଲ୍ଲାରେ ପହଞ୍ôଚଛି । ଆଗାମୀ ୨-୩ ବର୍ଷରେ ଏହା ୪୦୦ ଜିଲ୍ଲା ପର୍ଯ୍ୟନ୍ତ ପହଞ୍ôଚବ । ଏହା ଅର୍ଥନୀତି କ୍ଷେତ୍ରକୁ ସୁଦୃଢ଼ କରିବାରେ ବଡ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗୁରୁବାର ଅପରାହ୍ନରେ ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ଲାଇଭ ଭିଡିଓ ଷ୍ଟ୍ରିମିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପ ସମୂହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି, ଭୂବିଜ୍ଞାନ ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ, ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ସମ୍ମାନାସ୍ପଦ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।

ଏହି ପ୍ରକଳ୍ପ ମାଧ୍ୟମରେ ସହର ଗୁଡିକରେ ପ୍ରଦୂଷଣ ହ୍ରାସ କରିବା ଲାଗି ପାଇପ ଲାଇନ ଜରିଆରେ ଗ୍ୟାସ ସଂଯୋଗକୁ ୨୮ଲକ୍ଷରୁ ୧ କୋଟିକୁ ବୃଦ୍ଧି କରାଯିବ । ୨୭ ମାର୍ଚ୍ଚ ୨୦୧୫ରେ ନୂଆଦିଲ୍ଲରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ଉର୍ଜ୍ଜା ସଂଗମ ୨୦୧୫ ଏଭଳି କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବାର ଲକ୍ଷ୍ୟ ରଖିଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ