Connect with us

ଅପରାଧ

ବସକୁ ଧକ୍କା ଦେଲା ଟ୍ରକ ୧୫ ଆହତ, ୩ ଗୁରୁତର

ସାଙ୍କେତିକ ଚିତ୍ର

ବସକୁ ଧକ୍କା ଦେଲା ଟ୍ରକ
୧୫ ଆହତ, ୩ ଗୁରୁତର
ସୁନ୍ଦରଗଡ଼,୨୧ା୧୧ : ଗତକାଲି କଟକ ମହାନଦୀ ପୋଲରୁ ୩୦ ଫୁଟ ତଳକୁ ବସ୍ ଖସି ୧୦ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଆଜି ସୁନ୍ଦରଗଡ଼ ଜିଲ୍ଲାରେ ବସ୍ ଓ ଟ୍ରକ ମୁହାଁମୁହିଁ ହୋଇଛି । ଦୁର୍ଘଟଣାରେ ୧୫ଜଣ ଆହତ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଲହୁଣିପଡା ଓ ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଥାଉ କି, ଆଜି ରାଉରକେଲା ପାଲଲହଡାରୁ ଯାଉଥିବା ‘ଜଗଦମ୍ବା’ ନାମକ ଘରୋଇ ବସଟି ସୁନ୍ଦରଗଡ଼ ବଣାଇ ଲହୁଣିପଡା ଥାନା ଅଧିନ ଖୁଟୁଗାଁ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଦ୍ରୁତ ଗତିରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ବସଟିକୁ ସାମ୍ନାରୁ ଧକ୍କା ଦେଇଥିଲା । ଧକ୍କା ଦେଇ ଟ୍ରକଟି ଘଟଣା ସ୍ଥଳରେ ହିଁ ଓଲଟି ପଡିଥିବା ଦେଖାଯାଇଛି । ଦୁର୍ଘଟଣାରେ ବସରେ ଥିବା ପ୍ରାୟ ୩୦ ଯାତ୍ରୀଙ୍କ ମଧ୍ୟରୁ ୧୫ଜଣ ଆହତ ହୋଇଛନ୍ତି । ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ସ୍ଥାନୀୟ ଲୋକମାନେ ବୋଲେରୋ, ଟାଟା ଏସି, ଅଟୋ ଓ ଅନ୍ୟାନ୍ୟ ଗାଡି ସାହାଯ୍ୟରେ ଲହୁଣିପଡା ଓ ବଣାଇ ମେଡିକାଲରେ ଭର୍ତ୍ତି କରିଛନ୍ତି । ଖବର ପାଇ ଲହୁଣିପଡା ଥାନା ପୋଲିସ ଘଟଣା ସ୍ଥଲରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ