Connect with us

ଓଡିଶା

ରାଜ୍ୟସରକାରଙ୍କୁ ପୌର ନିର୍ବାଚନ ହାରିବାର ଭୟ ଘାରିଛି: ବିଜେପି

ସାଙ୍କେତିକ ଚିତ୍ର

ରାଜ୍ୟସରକାରଙ୍କୁ ପୌର ନିର୍ବାଚନ ହାରିବାର ଭୟ ଘାରିଛି: ବିଜେପି
ଭୁବନେଶ୍ୱର ପୌର ନିର୍ବାଚନ ହାରିବାର ଭୟ ରାଜ୍ୟସରକାରଙ୍କୁ ଘାରିଛି । ସେଥଲାଗି ବାରମ୍ବାର ପୌର ନିର୍ବାଚନକୁ ଘୁଂଚାଇ ରାଜ୍ୟ ସରକାର ନାଟକବାଜି କରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର କହିଛନ୍ତି ।
ପୌରାଚଂଳର ବାସିନ୍ଦାମାନେ ବିଜେଡି ସରକାର ଶାସନରେ ଅତିଷ୍ଠ ହୋଇଛନ୍ତି । ନିଜର ଦୋଷ ଦୁର୍ବଳତା ଏବଂ ଅପାରଗତାକୁ ଲୁଚାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ଆଳ ଦେଖାଇ ପୌର ନିର୍ବାଚନ କରିବାକୁ ଚାହୁଁନାହାଁନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ କୌଣସି ନିର୍ବାଚନ କରିବାକୁ ରାଜ୍ୟ ସରକାର ଆଗ୍ରହ ନଦେଖାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପୌରାଚଂଳରେ ବିଭିନ୍ନ ସମସ୍ୟାର ସମାଧାନ ନକରି ସବୁ ସମୟରେ କେନ୍ଦ୍ର, ଇନ୍ଦ୍ର, ଧର୍ମେନ୍ଦ୍ର, ତଳ ମୁଣ୍ଡ ଏବଂ ଉପରମୁଣ୍ଡକୁ ଦାୟୀ କରି ନିଜ କର୍ତବ୍ୟରୁ ମୁହଁ ଫେରାଇ ଚାଲିଛନ୍ତି । ରାଜ୍ୟସରକାର ଦୀର୍ଘ ଦିନ ଧରି ଶାସନ କଲେ ବି ସହରବାସୀଙ୍କ ସମସ୍ୟା ଦୂର କରିପାରିଲେ ନାହିଁ । ଭୁବନେଶ୍ୱର ସ୍ମାର୍ଟ ସିଟି ପାଇଁ ଆସିଥିବା କୋଟି କୋଟି ଟଙ୍କାକୁ ଶାସକ ବିଜେଡି ହଡପ କରିଚାଲିଛି । ସେହିପରି ପ୍ରତି ଏନଏଏସି ଏବଂ ମ୍ୟୁନିସପାଲିଟିରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ରାଜ୍ୟ ସରକାର କରିନାହାଁନ୍ତି ।
ପୂର୍ବରୁ ରାଜ୍ୟ ସରକାର ୨୦୧୨ ଓ ୨୦୧୭ ପଂଚାୟତ ନିର୍ବାଚନ ଏବଂ ୨୦୧୩ ପୌର ନିର୍ବାଚନରେ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ରହିଥିଲା । ରାଜ୍ୟରେ ପୌର ଓ ପଂଚାୟତ ନିର୍ବାଚନରେ ସମୁଦାୟ ୬୬ ପ୍ରତିଶତ ସଂରକ୍ଷଣ ରହିଛି । ଏହା ୨୦୧୦ରେ ସୁର୍ପ୍ରିମକୋର୍ଟ ଦେଇଥିବା ରାୟକୁ ଉଲ୍ଲଘଂନ କରୁଥିବା ନେଇ ହାଇକୋର୍ଟରେ ୧୦୦ଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ଏହାକୁ ନେଇ ରାଜ୍ୟ ସରକାର ହାଇକୋର୍ଟରେ ଦ୍ୱାରସ୍ଥ ହେବା ପରେ ହାଇକୋର୍ଟ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି କହିଥିଲେ । ପରେ ଏହାକୁ ସୁପ୍ରିମ୍ କୋର୍ଟରେ ଚ୍ୟାଲେଞ୍ଜ କରି ପୁଣି ଥରେ ହାରିବା ରାଜ୍ୟ ସରକାରଙ୍କ ମୁଖା ଖୋଲିଦେଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା