Connect with us

ଓଡିଶା

୫ ଦିନ ପର୍ଯ୍ୟନ୍ତ ଝଡ଼ ତୋଫାନ ସମ୍ଭାବନା l

୫ ଦିନ ପର୍ଯ୍ୟନ୍ତ ଝଡ଼ ତୋଫାନ ସମ୍ଭାବନା l

୫ ଦିନ ପର୍ଯ୍ୟନ୍ତ ଝଡ଼ ତୋଫାନ ସମ୍ଭାବନା
ଭୁବନେଶ୍ୱର,୩୧ା୮ : ଆସନ୍ତା ୫ ଦିନ ପାଇଁ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସକାଳ ୮ଟା ୩୦ରୁ ଆସନ୍ତା କାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ଝଡ଼ ତୋଫାନ, ଘଡ଼ଘଡ଼ି ଏବଂ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଏହି ସୂଚନାରେ କୁହାଯାଇଛି । ମୟୁରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୋଳ, ଦେଓଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷା ହେବ ।

ସେହିପରି ୧ ତାରିଖରୁ ୨ ତାରିଖ ମଧ୍ୟରେ କେନ୍ଦୁଝର, ମୟୁରଭଂଜ, ସୁନ୍ଦରଗଡ଼ ଜିଲ୍ଲାରେ, ୨ ତାରିଖରୁ ୩ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଏବଂ ଉତର ଓଡ଼ିଶାର କେତେକ ସ୍ଥାନରେ ଝଡ଼ ତୋଫାନ, ବର୍ଷା ଲାଗି ରହିବ । ତେବେ କୌଣସି ସତର୍କ ସୂଚନା ଦିଆଯାଇନାହିଁ । ୩ ତାରିଖରୁ ୪ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ୪ ତାରିଖରୁ ୫ ତାରିଖ ମଧ୍ୟରେ ରାଜ୍ୟର ଆଭ୍ୟନ୍ତରୀଣ ଅଂଚଳ ଏବଂ ଉପକୂଳ ଅଂଚଳର କେତେକ ସ୍ଥାନରେ ବର୍ଷା ଲାଗି ରହିବ । ମାତ୍ର କୌଣସି ସତର୍କ ସୂଚନା ନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା