Connect with us

ଦେଶ

୫ ଆତଙ୍କବାଦୀ ନିହତ ,ଜଣେ ଯବାନ ସହିଦ l

୫ ଆତଙ୍କବାଦୀ ନିହତ ,ଜଣେ ଯବାନ ସହିଦ l

୫ ଆତଙ୍କବାଦୀ ନିହତ
ଜଣେ ଯବାନ ସହିଦ
ଶ୍ରୀନଗର,୨୪ା୯ : ଆତଙ୍କବାଦୀଙ୍କ ବିରୋଧରେ ଅଲଆଉଟ୍ (ସମୁଳେ ଧ୍ୱଂସ) ଅଭିଯାନ କ୍ରମେ ଭାରତୀୟ ସେନା ୨୪ ଘଣ୍ଟା ମଧ୍ୟରେ ୫ ଆତଙ୍କବାଦୀଙ୍କୁ ନିପାତ କରିଛି । ଉତ୍ତର କାଶ୍ମୀର କୁପୱାଡା ଜିଲ୍ଲାର ଟଙ୍କଧାର ସେକ୍ଟର ନିୟନ୍ତ୍ରଣ ରେଖା ନିକଟରେ ରବିବାର ରାତିରେ ଆତଙ୍କବାଦୀଙ୍କ ଏକ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରିଦେଇଥିଲା । ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଥିଲେ । ସେନା ସୋମବାର ଆଉ ୩ ଆତଙ୍କବାଦୀଙ୍କୁ ନିପାତ କରିଛି । ଫଳରେ ୨୪ ଘଣ୍ଟା ମଧ୍ୟରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି । ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ସୁରକ୍ଷାବାହିନୀ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଚଳାଇଛନ୍ତି । ସୂଚନାଯୋଗ୍ୟ ଯେ, ରବିବାର ରାତିରେ ଟଙ୍ଗଧାର ନିୟନ୍ତ୍ରଣ ରେଖା ନିକଟରେ ପାଟ୍ରୋଲିଂ କରୁଥିବା ଭାରତୀୟ ସେନା ଯବାନ ସେଠାରେ ସନ୍ଦିଗ୍ଧ ଗତିବିଧି ପରିଲକ୍ଷିତ କରିଥିଲେ । ଫଳରେ ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗୁଳି ବର୍ଷା କରିଥିଲେ । ସେପଟୁ ଆତଙ୍କବାଦୀମାନେ ମଧ୍ୟ ପ୍ରବଳ ଗୁଳି ବିନିମୟ କରିଥିଲେ । ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ ଓ ୩ଜଣ ଆତଙ୍କବାଦୀ ସେଠାରୁ ଫେରାର ହେବାରେ ସଫଳ ହୋଇଥିଲେ । ସେନା ତତ୍କାଳ ନିୟନ୍ତ୍ରଣ ରେଖା ଏବଂ ସୀମାରେ ଅନୁପ୍ରବେଶ ଉଦ୍ୟମ ନେଇ ସତର୍କସୂଚନା ଜାରି କରିଥିଲା । ଭାରତୀୟ ସୁରକ୍ଷା ବାହିନୀ ଟଙ୍ଗଧାର ସେକ୍ଟରରେ ପୃଥକ ପୃଥକ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଚଳାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ