Connect with us

ଓଡିଶା

ହୃଦରୋଗୀ ଯାତ୍ରୀଙ୍କ ପାଇଁ ବିମାନର ଜରୁରୀ ଅବତରଣ

ସାଙ୍କେତିକ

ହୃଦରୋଗୀ ଯାତ୍ରୀଙ୍କ ପାଇଁ ବିମାନର ଜରୁରୀ ଅବତରଣ
ଭୁବନେଶ୍ୱର: ଏକ ଇଣ୍ଡିଗୋ ବିମାନ ଜଣେ ହୃଦରୋଗୀ ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଥିଲେ ମଧ୍ୟ ରୋଗୀକୁ ବଂଚାଇବାରେ ବିଫଳ ହୋଇଛନ୍ତି । କୋଲକାତାରୁ ବାଙ୍ଗାଲୁର ଯାଉଥିବା ଜଣେ ୩୨ ବର୍ଷୀୟ ଯାତ୍ରୀ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷ ଜରୁରି ଅବତରଣ ପାଇଁ ଭୁବନେଶ୍ୱର ବିମାନବନ୍ଦରର ଏ ଟି ସିଙ୍କ ସହିତ ଯୋଗାଯୋଗ କରିଥିଲେ । ଏ ଟି ସିଙ୍କ ଠାରୁ ସିଗ୍‌ନାଲ ପାଇବା ପରେ ସକାଳ ୧୧ଟା ୧୫ ମିନିଟ୍‌ରେ ଇଣ୍ଡିଗୋର ଏହି ୮୨୨ ବିମାନଟି ଅବତରଣ କରିଥିଲା । ଅବତରଣ କରିବା ମାତ୍ରେ ସମ୍ପୃକ୍ତ ଯାତ୍ରୀଙ୍କୁ ବିମାନ ବନ୍ଦରର ଡାକ୍ତରଙ୍କ ନିରିକ୍ଷଣରେ କ୍ୟାପିଟାଲ ହସ୍‌ପିଟାଲକୁ ପଠାଇ ଦିଆଯାଇଥିଲା ।

ତେବେ ଡାକ୍ତରମାନେ ସେଠାରେ ଯାତ୍ରୀଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ମୃତ ଯାତ୍ରୀଙ୍କ ନାମ ରାଜକୁମାର କର୍ମକାର ଓ ତାଙ୍କ ଘର ପଶ୍ଚିମବଙ୍ଗର ମାଲଦା । ସେ ଅସୁସ୍ଥ ଥିଲେ ଓ ଚିକିତ୍ସା ଲାଗି କୋଲକାତା ବାଙ୍ଗାଲୁର ବିମାନ ଯୋଗେ ବାଙ୍ଗାଲୁରୁ ଯାଉଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା