Connect with us

ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତ ପାଇଁ ସୁରକ୍ଷା କାର୍ଯ୍ୟକ୍ରମର ସମୀକ୍ଷା ବୈଠକ

ସାଙ୍କେତିକ

ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତ ପାଇଁ ସୁରକ୍ଷା କାର୍ଯ୍ୟକ୍ରମର ସମୀକ୍ଷା ବୈଠକ
ଭୁବନେଶ୍ୱର,୨୧ା୧୨ : ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଥିବାରୁ ତାଙ୍କ ପାଇଁ ନିଆଯାଇଥିବା ସୁରକ୍ଷା କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଚିବାଳୟଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପୋଲିସ ମହାନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଏବଂ ପୋଲିସ କମିଶନରେଟ ଡିସିପି, ଜିଲ୍ଲାପାଳ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ଓଡିଶା ଗସ୍ତ ବେଳେ ଜଟଣୀ-ଅରୁଗୁଳ ଅ।ଇଅ।ଇଟି ନୂଅ। କ୍ୟାମ୍ପସ୍ ଉଦଘାଟନ କରିବେ । ଏହା ଛଡ଼ା ଖୋର୍ଧାର ବରୁଣେଇ ପାହାଡ଼ ନିକଟରେ ଏକ ଦଳୀୟ ସଭାର ଅ।ୟୋଜନ କରାଯିବ । ଏଥିପାଇଁ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଉଛି । କେବଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଲାଗି ୭୦ ପ୍ଲାଟୁନ୍ ପାଖାପାଖି ଫୋର୍ସ, ୩ ଶହ ଅଫିସର ଓ ୪ ଜଣ ଡିସିପି ନିୟୋଜିତ ହେବେ । ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ବିମାନବନ୍ଦର, ଜଟଣୀ-ଅରୁଗୁଳ ଅ।ଇଅ।ଇଟି, ବରୁଣେଇ ପାହାଡ଼, ଆଇଜର ୪ ଜଣ ଏସପିଜି ଅ।ଇଜି ସୁରକ୍ଷା ଦାୟିତ୍ୱରେ ରହିବେ । ପ୍ରଧାନମନ୍ତ୍ରୀଙ୍କ ରୁଟ ଲାଇନରେ ମଧ୍ୟ ଜଣେ ଏସପିଜି ଅ।ଇଜି ରହିବେ ।

ପ୍ରଧାନମନ୍ତ୍ରୀଙ୍କ କାରକେଡକୁ ବାହ୍ୟ ସୁରକ୍ଷା ଦେବା ପାଇଁ କମିସନରେଟ୍ ପୁଲିସ ଛଡ଼ା ୨ କମ୍ପାନି ସଶସ୍ତ୍ର ସିଅ।ରପିଏଫ୍, ୫ ୟୁନିଟ-ଏସଓଜି ଯବାନ ତୟାର ରହିବେ । ରାଜ୍ୟର ୧୫ ଜଣ ବଛା ବଛା ଅ।ଇପିଏସ୍ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ । ପ୍ରଧାନମନ୍ତ୍ରୀ ଯେଉଁ ସବୁ ରାସ୍ତାରେ ଯିବେ ସେହି ସ୍ଥାନକୁ ଯୋଗା ଯୋଗ କରୁଥିବା ରାସ୍ତାକୁ ପାଖାପାଖି ଅଧ ଘଂଟା ପୂର୍ବରୁ ସିଲ୍ କରି ଦିଅ।ଯିବ । ସଭାସ୍ଥଳରେ ମଧ୍ୟ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯିବ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳକୁ ଲାଗି କରିଥିବା ଉଚ୍ଚ ଅଟ୍ଟାଳିକା ଉପରେ ସଶସ୍ତ୍ର ପୁଲିସ ନିୟୋଜିତ ହେବେ । ସଭାବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମେଟାଲ ଡିଟେକ୍ଟରରେ ଯାଂଚ ପରେ ଭିତରକୁ ଛଡ଼ା ଯିବ । ସଭାସ୍ଥଳର ୫୦ ମିଟର ସମ୍ମୁଖ ଭାଗରେ ନୋ-ମ୍ୟାନ ଲ୍ୟାଣ୍ଡ ଭାବେ ଘୋଷଣା କରାଯିବ ।

ଅନ୍ୟପକ୍ଷରେ ଭୁବନେଶ୍ୱରରେ ଥିବା ସମସ୍ତେ ଗେଷ୍ଟ ହାଉସ, ହୋଟେଲ, ଲଜରେ ପୁଲିସ ଯାଂଚ ଅ।ରମ୍ଭ କରିବ । ବିଳମ୍ବିତ ରାତିରେ ସହରର ପ୍ରବେଶ ଓ ପ୍ରସ୍ଥାନ ପଥରେ ବ୍ଲକିଂ ହେବ । ପ୍ରଧାନମନ୍ତ୍ରୀ ବିମାନବନ୍ଦରରୁ ଓହ୍ଲାଇବା ପରେ ହେଲିକପ୍ଟରରେ ସିଧା ଜଟଣୀ ଯିବେ । ସେଠାରେ ଅ।ଇଅ।ଇଟି କ୍ୟାମ୍ପସକୁ ଲୋକାର୍ପଣ କରିବା ପରେ ସେ ସଡ଼କପଥରେ ଅ।ଇଜର ଯିବାର କାର୍ଯ୍ୟକ୍ରମ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ