Connect with us

ଓଡିଶା

ମିଲରଙ୍କ ହାତରେ ରାଜ୍ୟ ସରକାର : ବସନ୍ତ ପଣ୍ଡା

ସାଙ୍କେତିକ

ମିଲରଙ୍କ ହାତରେ ରାଜ୍ୟ ସରକାର : ବସନ୍ତ ପଣ୍ଡା
ଭୁବନେଶ୍ୱର,୨୧ା୧୨ : ରାଜ୍ୟ ସରକାର ମିଲର ମାନଙ୍କ ହାତରେ ରହିଛନ୍ତି । ରାଜ୍ୟ ସରକାର ଧାନ କିଣିପାରୁନାହିଁ । ଅନ୍ୟମାନେ ତାର ଫାଇଦା ନେଉଛନ୍ତି । ଦଲାଲ୍ ମାନେ ଏହାର ସୁବିଧା ଉଠାଉଛନ୍ତି । ଚାଷୀ ମାନେ ଶୋଷଣର ଶୀକାର ହେଉଛନ୍ତି ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ପ୍ରକାଶ କରିଛନ୍ତି । କ୍ଷୋଭ ପ୍ରକାଶ କରି ସେ କହିଛନ୍ତି ଯେ ମଣ୍ଡି ଗୁଡିକ ଚାଲୁ ନାହିଁ । ଫଳରେ ଚାଷୀ ମାନେ ଅନ୍ୟ ଉପାୟନପାଇ ବାଧ୍ୟ ହୋଇ ନିଜ ଧାନକୁ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ସରକରଙ୍କୁ ଏହାର ଉତର ଦେବାକୁ ପଡିବ ବୋଲି ସେ କହିଛନ୍ତି ।

ଅପରପକ୍ଷରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ ବିଜେପି ଦଳର ଯିଏ ଯୋଗଦେବାକୁ ଚାହିଁବେ ତାଙ୍କୁ ସ୍ୱାଗତ କରାଯିବ । ୨୪ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିବେ । ଏହି ସମୟରେ କୌଣସି ମିଶ୍ରଣ ପର୍ବ ହେବ ନାହିଁ । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେବା ସମ୍ପର୍କିତ ପ୍ରଶ୍ନର ଉତରରେ ଶ୍ରୀ ପଣ୍ଡା ଏହା କହିଛନ୍ତି । ଏହି ଗସ୍ତ ପରେ ଜାନୁଅ।ରୀ ମାସରେ ପ୍ରଧାନମନ୍ତ୍ରୀ ପୁଣି ଓଡ଼ିଶା ଗସ୍ତରେ ଅ।ସିବେ । ସେ ଜାନୁଅ।ରୀ ୫ ଓ ୧୬ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି । ଜାନୁଅ।ରୀ ୫ରେ ଅ।ସିଲେ ସେ ବାରିପଦା ଯିବେ ଏବଂ ୧୬ ତାରିଖରେ ପଶ୍ଚିମ ଓଡ଼ିଶା ଗସ୍ତରେ ଯାଇପାରନ୍ତି ବୋଲି ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା