Connect with us

ଆଞ୍ଚଳିକ

ସାତକୋଶିଆ ଅଭୟାରଣ୍ୟରେ ଲାଗିବ ୧୦୦ଟି ସିସିଟିଭି କ୍ୟାମେରା

ସାଙ୍କେତିକ ଚିତ୍ର

ସାତକୋଶିଆ ଅଭୟାରଣ୍ୟରେ ଲାଗିବ ୧୦୦ଟି ସିସିଟିଭି କ୍ୟାମେରା

ଭୁବନେଶ୍ୱର:- ସାତକୋଶିଆ ଅଭୟାରଣ୍ୟରେ ୧୦୦ଟି ସିସିଟିଭି କ୍ୟାମେରା ଲାଗିବ ବୋଲି ବନ ବିଭାଗ ସୂଚନାଦେଇଛି । ସିସିଟିଭି କ୍ୟାମେରା ସାହାଯ୍ୟରେ ଗର୍ଭାବତୀ ବାଘୁଣୀର ଗତିବିଧି ଉପରେ ନଜର ରଖାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚିତ କରାଯାଇଛି । ଆଜି ପର୍ଯ୍ୟନ୍ତ ସାତକୋଶିଆ ଅଭୟାରଣ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୩୦ଟି ସିସିଟିଭି କ୍ୟାମେରା ଖଞ୍ଜାଯାଇ ସାରିଛି ଓ ସବୁଗୁଡିକ କାର୍ଯ୍ୟକ୍ଷମ ଅଛି ।

ସୂଚନାଯୋଗ୍ୟ ଯେ, ସାତକୋଶିଆ ଅଭୟାରଣ୍ୟରେ ଥିବା ଏକ ବାଘୁଣୀ ଗର୍ଭବତୀ ଅଛି । ମୃତ ମହାବଳ ବାଘ ‘ମହାବୀର’ ସହ ମିଳନରୁ ସେ ବାଘୁଣୀ ଗର୍ଭବତୀ ହୋଇଛି ବୋଲି ସନ୍ଦେହ କରାଯାଉଛି । ଯଦି ବନବିଭାଗର ଆକଳନ ସତ ହୋଇଥାଏ ତେବେ ବାଘୁଣୀଟି ଆସନ୍ତା ଫେବ୍ରୁଆରି ମାସରେ ତାର ଶାବକକୁ ଜନ୍ମ ଦେଇପାରେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ