Connect with us

ଆଞ୍ଚଳିକ

ବିନ୍ଦୁସାଗରର ପୁଷ୍କରଣୀ ଉପରେ ‘ଲେଜର ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’

ସାଙ୍କେତିକ ଚିତ୍ର

ବିନ୍ଦୁସାଗରର ପୁଷ୍କରଣୀ ଉପରେ ‘ଲେଜର ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’

ଭୁବନେଶ୍ୱର:- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର କ୍ଷେତ୍ରରେ ଥିବା ବିନ୍ଦୁସାଗର ପୁଷ୍କରଣୀ ମଧ୍ୟରେ ବହୁପ୍ରତିକ୍ଷିତ ଲେଜର୍‌ ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ର ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି । ଆଖି ଝଲସାଇଦେବା ଭଳି ଆଲୋକ ମାଳାର ସମ୍ଭାର ଅତ୍ୟାଧୁନିକ ଲେଜର ରଶ୍ମିଦ୍ୱାରା ବିଭିନ୍ନ ଛାୟା ପ୍ରଦର୍ଶନ ଓ ଶୃତି ମଧୁର ଶବ୍ଦ ସଂଯୋଜନା ଉପସ୍ଥିତ ଜନସାଧାରଣଙ୍କୁ ସ୍ଥମ୍ଭବୀଭୁତ କରିଦେଇଥିଲା । ବିନ୍ଦୁସାଗରରେ ନିର୍ମିତ ଏହି ପ୍ରକଳ୍ପ ଆଗମୀ ଦିନରେ ପର୍ଯ୍ୟଟକ ମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ । ଯଦି ପୁଷ୍କରଣୀକୁ ସ୍ଵଛ ସୁନ୍ଦର ଓ ପରିସ୍କାର ରଖାଯାଏ ତେବେ ଆବାଳ ବୃଦ୍ଧ ବନୀତାଙ୍କ ଅବସର ବିନୋଦନ ପାଇଁ ଏକ ପ୍ରକୃଷ୍ଟ ସ୍ଥାନ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ