Connect with us

ଅପରାଧ

ଢେଙ୍କାନାଳରେ ବିୟର ଫ୍ୟାକ୍ଟ୍ରି ବାତିଲ

ଲୋକଙ୍କ ଦାବି ଆଗରେ ମୁଣ୍ଡ ନୂଆଁଇଲେ ସରକାର

ଲୋକଙ୍କ ଦାବି ଆଗରେ ମୁଣ୍ଡ ନୂଆଁଇଲେ ସରକାର
ଢେଙ୍କାନାଳରେ ବିୟର ଫ୍ୟାକ୍ଟ୍ରି ବାତିଲ
ଭୁବନେଶ୍ୱର,୧୯ା୧୧ :ଢେଙ୍କାନାଳ ଜିଲ୍ଲା ଓଡପଡ଼ା ବ୍ଲକ ବଳରାମପୁର ନିକଟସ୍ଥ ଜଙ୍ଗଲରେ ବିୟର ଫ୍ୟାକ୍ଟ୍ରି ସ୍ଥାପନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବାତିଲ କରି ଦେଇଛନ୍ତି । ଏଥିସହ ବିୟର ଫ୍ୟାକ୍ଟ୍ରି ପ୍ରକଳ୍ପ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ଏବଂ ଗଛ କଟା ଯାଇଥିବା ସ୍ଥାନରେ ବୃକ୍ଷରୋପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆର୍ଡିସିଙ୍କ ରିପୋର୍ଟ ଆଧାରରେ ଏହାକୁ ବାତିଲ କରାଯାଇଥିବା ଜଣାପଡିଛି ।

ସୂଚନାଥାଉ କି, ଓଡପଡ଼ା ବ୍ଲକ ବଳରାମପୁର ଗାଁ ଝିଙ୍କରଡିହି ଜଙ୍ଗଲରେ ବିୟର ଫ୍ୟାକ୍ଟ୍ରି ପାଇଁ ବଳପୂର୍ବକ ଚାଲିଥିବା ଗଛକଟାକୁ ସ୍ଥାନୀୟ ଲୋକମାନେ ଘୋର ବିରୋଧ କରିଥିଲେ । ଏଥିପାଇଁ ସେମାନଙ୍କୁ ପୋଲିସ ସହ ଧସ୍ତାଧସ୍ତି ହେବାକୁ ପଡିଥିଲା । ଏ ନେଇ ବିବାଦ ଉଠିବା ପରେ ମୁଖ୍ୟମନ୍ତ୍ରୀ ଗତକାଲି ବନ୍ଦ ସହ ଘଟଣାର ଆରଡିସି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । କ୍ରମେ ଆରଡିସି ମହେନ୍ଦ୍ର ମଲ୍ଲିକ ତୁରନ୍ତ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଏହି ରିପୋର୍ଟ ସରକାରଙ୍କୁ ହସ୍ତଗତ କରିଥିଲେ । ରିପୋର୍ଟରେ ଦର୍ଶାଯାଇଥିଲା ଯେ, ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ହିଁ ଗଛ କାଟିବା ପାଇଁ ଜିଲ୍ଲା ପୋଲିସ ଉପରେ ଚାପ ପକାଉଥିଲେ । ଏହି ରିପୋର୍ଟ ଦେଖିବା ପରେ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ ପ୍ରକାଶ କରିଥିଲେ । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆରଡିସିଙ୍କ ରିପୋର୍ଟ ଆଧାରରେ ସେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ପାଇଁ ଆଜି ବାତିଲ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଏପରି ନିଷ୍ପତ୍ତିକୁ ବଳରାମପୁରବାସୀ ସ୍ୱାଗତ ଜଣାଇଛନ୍ତି । ବିଧାନସଭାରେ ବିଜେପି ନେତା କନକବର୍ଦ୍ଧନ ସିଂଦେଓ ପ୍ରଥମେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସରକାରଙ୍କ ଏହା ଦୋମୁହାଁ ନୀତି ବୋଲି ସେ ପ୍ରକାଶ କରିଥିଲେ । ଗୋଟିଏ ପଟେ ସରକାର ନଦୀ କୂଳରେ ଗଛ ଲଗାଇବା ବେଳେ ଅନ୍ୟପଟେ ବିୟର ଫ୍ୟାକ୍ଟ୍ରି ପାଇଁ ଗଛ କାଟିବାକୁ ନେଇ ଶ୍ରୀ ସିଂହ କ୍ଷୋଭ ପ୍ରକାଶ କରିଥିଲେ । ଏହାପରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ । ସୋମବାର ମଧ୍ୟ ଗୃହରେ କଂଗ୍ରେସ ପକ୍ଷରୁ ଏକ ମୁଲତବୀ ପ୍ରସ୍ତାବ ମଧ୍ୟ ଗ୍ରହଣ କରାଯାଇଥିଲା । ତେବେ ସେଠାରେ ପ୍ରାୟ ହଜାରେ ଗଛ କାଟିବା ପରେ ମୁଖ୍ୟମନ୍ତ୍ରୀ ଗଛକଟା ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ଓ ତାହାର ଭରଣା ଏବେ କିଏ କରିବ ସେ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ