Connect with us

ଓଡିଶା

ସଂସ୍କୃତି ବିଭାଗ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ

ସାଙ୍କେତିକ

ସଂସ୍କୃତି ବିଭାଗ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ
– ବିଭିନ୍ନ ମଣ୍ଡପର ଅନ୍ଲାଇନ୍ ବୁକିଂ କରାଯିବ
ଭୁବନେଶ୍ୱର, ୨୫ ଅକ୍ଟୋବର – ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ମଣ୍ଡପଗୁଡ଼ିକର ଅନ୍ଲାଇନ୍ ସଂରକ୍ଷଣ ନିମନ୍ତେ ବିଭାଗ ବିଭାଗ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଯାଇଛି ।
ସଂସ୍କୃତି ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଲେ ଯେ ଏହା ଫଳରେ ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ ମାର୍ଗଦର୍ଶିକା ସଂପୂର୍ଣ୍ଣ ଫଳପ୍ରଦ ହୋଇପାରିବ । ସଂସ୍କୃତି ବିଭାଗ ପକ୍ଷରୁ କ୍ରମେ କ୍ରମେ ବୈଷୟିକ ଉପଯୋଗ ଉପରେ ଗୁରୁତ୍ୱ ଆରୋପ କରାଯାଉଛି ବୋଲି ଉଲ୍ଲେଖ କରିବା ସହିତ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏପରି ରାଜିନାମା ଫଳରେ ବିଭାଗ ଅଧୀନସ୍ଥ ମଣ୍ଡପଗୁଡ଼ିକର ସଂରକ୍ଷଣ ଓ ଦେୟ ପ୍ରଦାନ ଅବାଧରେ ହୋଇପାରିବ ବୋଲି ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଜେନେରାଲ୍ ମ୍ୟାନେଜର ଶ୍ରୀ ବି.କେ. କୁଜୁର, ଡିଜିଏମ୍ ଶ୍ରୀ ମୁକୁଲ ସାକ୍ସେନା, ଡେପୁଟି ମ୍ୟାନେଜର ଶ୍ରୀ ବି. ଦାସ ଓ ଏନ୍ଆଇସିର ପଦାଧିକାରୀ ଶ୍ରୀ ବିଭୂ ଦାସଙ୍କ ସମେତ ଉଭୟ ବ୍ୟାଙ୍କ୍ ଓ ସଂସ୍କୃତି ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
ରାଜିନାମାରେ ସଂସ୍କୃତି ବିଭାଗ ପକ୍ଷରୁ ଯୁଗ୍ମ ଶାସନ ସଚିବ ତଥା ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ସଂଘମିତ୍ରା ଶତପଥୀ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏଜିଏମ୍ ଶ୍ରୀ ପ୍ରଦୀପ ବିଶ୍ୱାଳ ସ୍ୱାକ୍ଷର କରିଥିଲେ

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା