Connect with us

ଓଡିଶା

ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ଦିନକ ପାଇଁ ବୃଦ୍ଧି

ସାଙ୍କେତିକ

ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ଦିନକ ପାଇଁ ବୃଦ୍ଧି
ଭୁବନେଶ୍ୱର, ୨୫ ଅକ୍ଟୋବର – ସ୍ଥାନୀୟ ୟୁନିଟ୍ ୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଅକ୍ଟୋବର ୧୯ ତାରିଖଠାରୁ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବାର୍ଷିକ ମୃତିକା ହସ୍ତଶିଳ୍ପ (ଟେରାକୋଟା) ପ୍ରଦର୍ଶନୀକୁ ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି ।

ଦୀପାବଳି ଉପଲକ୍ଷେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରଦର୍ଶନୀରେ ଦିନକୁ ଦିନ ଭିଡ଼ ବଢ଼ିବାରେ ଲାଗିଛି । ଦୀପାବଳି ସମୟରେ ଟେରାକୋଟା ଦୀପ ସଜାଇବା ପାଇଁ ଅଧିକରୁ ଅଧିକ ସଂଖ୍ୟକ ଗ୍ରାହକ ବିଭିନ୍ନ ରଙ୍ଗବେରଙ୍ଗର ଦୀପ କିଣୁଛନ୍ତି । ମାଟି ଦୀପଗୁଡ଼ିକ କପ୍, ଫୁଲ, ପ୍ରଜାପତି ଓ କଇଁଛ ଆଦି ବିଭିନ୍ନ ଆକୃତିରେ ପ୍ରସ୍ତୁତ କରାଯାଇଛି ।

ଦର୍ଶକମାନେ ମଧ୍ୟ ଏହି ମେଳାରେ ବିଭିନ୍ନ ଟେରାକୋଟା ସାମଗ୍ରୀ ଯଥା: ମାଠିଆ, ମାଟିହାଣ୍ଡି, ଲ୍ୟାମ୍ପ୍ ଆଦିର ପ୍ରସ୍ତୁତି ପ୍ରଣାଳୀ ଦେଖି ଖୁସି ହେଉଛନ୍ତି । “ମୃତିକା-୨୦୧୯’ ବାର୍ଷିକ ମୃତିକା ହସ୍ତଶିଳ୍ପ (ଟେରାକୋଟା) ପ୍ରଦର୍ଶନୀରେ ବହୁ ରଙ୍ଗବେରଙ୍ଗର ଫୁଲଦାନୀ, ହାତୀ, ଘୋଡ଼ା, ମୂର୍ତୀ, କଣ୍ଢେଇ ଘରସଜ୍ଜା ସାମଗ୍ରୀ ଇତ୍ୟାଦି ୧୦୦ଟି ଷ୍ଟଲ ଉପଲବ୍ଧ ହେଉଛି ।
ଏପର୍ଯ୍ୟନ୍ତ ୭୦ ଲକ୍ଷ ଟଙ୍କାର ବିକ୍ରିବଟା ହୋଇଛି ବୋଲି ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ସୂତ୍ରରୁ ପ୍ରକାଶ । ଗ୍ରାହକଙ୍କ ଭିଡ଼, ସର୍ବସାଧାରଣଙ୍କର ଅନୁରୋଧ ଓ କାରିଗରଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ “ମୃତିକା-୨୦୧୯’, ଟେରାକୋଟା ପ୍ରଦର୍ଶନୀକୁ ଆଉ ଦିନକ ପାଇଁ ଅର୍ଥାତ୍ ଅକ୍ଟୋବର ୨୬ ତାରିଖ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି ବୋଲି ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବସନ୍ତ କୁମାର ଦାଶ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା